Chocolate Ice Cream Price Hike: ଇରାନ ଯୁଦ୍ଧର ପ୍ରଭାବ ଚୋକୋଲେଟ ଓ ଆଇସକ୍ରିମ ଉପରେ ବି ପଡ଼ିଛି। ହର୍ମୁଜ ଜଳପଥ ବନ୍ଦ ଥିବାରୁ ଏକାଧିକ ସାମଗ୍ରୀର ଆମଦାନୀ ଓ ରପ୍ତାନୀ ପ୍ରଭାଭିତ ହୋଇଛି। ତେଣୁ ଏକାଧିକ ସାମଗ୍ରୀର ଦର ବଢ଼ିବାକୁ ଲାଗିଲାଣି। ଏହାରି ଭିତରେ ଚୋକୋଟେଲ ଓ ଆଇସକ୍ରିମ ତିଆରି କରିବା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀରେ ମଧ୍ୟ ଅଭାବ ଦେଖା ଦେଇଛି। ଫଳରେ ଏଗୁଡ଼ିକର ଦର ବଢ଼ିପାରେ ବୋଲି ସୂଚନା ମିଳିଛି। ଏନେଇ ଟାଇମ୍ସ ଅଫ୍ ଇଣ୍ଡିଆରେ ଖବର ପ୍ରକାଶ ପାଇଛି।

ମଧ୍ୟପ୍ରାଚ୍ୟରୁ ଆମଦାନି ହେଉଥିବା ଆଇସକ୍ରିମ ଏବଂ ଚକୋଲେଟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି, ଏପଟେ ଋତୁକାଳୀନ ଚାହିଦା ମଧ୍ୟ ବଢିଛି। ତେଣୁ ରପ୍ତାନିକାରୀ ବର୍ତ୍ତମାନ ସମସ୍ୟାରେ ପଡ଼ିଛନ୍ତି। କେବଳ ବାଦାମ, ଡ୍ରାଏ ଫ୍ରୁଟ ଏବଂ କୋକୋ ପାଉଡର କିମ୍ବା କଞ୍ଚା କୋକୋ ଉପରେ ନିର୍ଭର କରୁଥିବା କମ୍ପାନୀଗୁଡ଼ିକ କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ମୂଲ୍ୟ ବୃଦ୍ଧି ପାଇଛି, ଯାହାର କାରଣ ହେଉଛି ମାଲ ପରିବହନ ଏବଂ ପ୍ୟାକେଜିଂ ଖର୍ଚ୍ଚ ବୃଦ୍ଧି।

ଜଣେ ଶିଳ୍ପ ଅଧିକାରୀ ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି ଯେ ପୂର୍ବ ଦର ତୁଳନାରେ ବାଦାମ ଏବଂ ଡ୍ରାଏ ଫୁଟ୍ ମୂଲ୍ୟ ବର୍ତ୍ତମାନ ୧୫ ରୁ ୨୨% ବୃଦ୍ଧି ପାଇଛି। ବର୍ତ୍ତମାନ ଗରମ ଦିନ ଚାଲିଥିବା ବେଲେ ଆଇସକ୍ରିମର ଡିମାଣ୍ଡ ଅଧିକ ରହିଛି। ଆଉ ଏହି ସମୟରେ ଆବଶ୍ୟକୀୟ ସାମଗ୍ରୀଗୁଡ଼ିକର ମୂଲ୍ୟ ହଠାତ ବଢ଼ିଯିବାରୁ ଆଇସକ୍ରିମ ଓ ଚୋକୋଲେଟ୍ ବ୍ୟବସାୟ ଉପରେ ଏହା ଚାପ ପକାଇଛି। ଏଭଳି ସ୍ଥଳରେ ଯଦି କମ୍ପାନୀ ଆଇସକ୍ରିମ ଓ ଚୋକୋଲେଟ୍ର ଦାମ ବଢ଼ାନ୍ତି ତେବେ ଏହାର ବିକ୍ରି ଉପରେ ବି ପ୍ରଭାବ ପଡ଼ିବ।