ଯାଜପୁର ରୋଡ୍ ୨୧।୮: ଡକାୟତି ଯୋଜନା ପଣ୍ଡ । ୫ ଡକାୟତ ଗିରଫ । ବଡ଼ ଧରଣର ଡକାୟତି ଯୋଜନା କରୁଥିବା ୫ ଅପରାଧୀଙ୍କୁ ଗିରଫ କରିଛି ଯାଜପୁର କଳିଙ୍ଗନଗର ପୋଲିସ । ସେମାନଙ୍କ ଠାରୁ ଅନେକ ମରଣାସ୍ତ୍ର ସହିତ ୪ଟି ହାତ ତିଆରି ବୋମା ଜବତ ହୋଇଛି ।

ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଡ଼କାୟତି ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଡ଼ୁବୁରୀ ରେଳ ଷ୍ଟେସନ ନିକଟରେ ଚଢାଉ କରି ୫ ଜଣ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର, ବୋମା, ମଟରସାଇକେଲ, ମୋବାଇଲ ଓ ମଦ ଜବତ କରିଥିବା ଜଣାପଡିଛି ।

Also Read:- ବନ୍ୟା କମିଲା, ଦୁର୍ଦ୍ଦଶା ବଢ଼ିଲା: ଜଳେଶ୍ବର-ଭୋଗରାଇରେ ଏବେବି ଜଳବନ୍ଦୀ ଜୀବନ

ଗିରଫ ଅଭିଯୁକ୍ତ ମାନେ ହେଲେ ଯାଜପୁର ରୋଡ୍ ଥାନା ମୁଣ୍ଡମାଳ ଅଞ୍ଚଳର ମନୋଜ ପାତ୍ର, ଲକ୍ଷ୍ମୀନଗର ହୁଡ଼ିସାହି ଗାଁର ଶୁଭମ ଓଝା, କୋରେଇ ଥାନା ଅନ୍ତର୍ଗତ କନ୍ତର ଗାଁର ଆଉଲା ଚନ୍ଦନ ରାଓ, ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆର ସୁମେନ୍ ପ୍ରଧାନ ଓ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଠେଙ୍ଗାପଲ୍ଲୀ ଗାଁର ପି. ଅଜୟ ରାଓ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି କଳିଙ୍ଗନଗର ପୋଲିସ ।

Watch Video:​​​​​​​