ଦୁବାଇ, ୦୬/୦୯ : ଶନିବାର ମହିଳା ଏସିଆ କପରେ ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ପାକିସ୍ତାନ । ମୁକାବିଲା ଏକତରଫା ରହିଥିଲା । ଭାରତ ଦମଦାର ବିଜୟ ହାସଲ କରିଥିଲା । କିନ୍ତୁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲେ ପାକିସ୍ତାନୀ ଅଧିନାୟିକା ଫାତିମା ସନା । ସେ ଭାରତୀୟ ଖେଳାଳି ସେଫାଳି ବର୍ମାଙ୍କୁ ଆଉଟ୍ କଲା ପରେ ଯେଉଁଭଳି ସେଲିବ୍ରେସନ କରିଥିଲେ ତାକୁ ନେଇ ବିବାଦ ଦେଖାଦେଇଛି ।

ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଶନିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହା ମୁକାବିଲା ଖେଳାଯାଇଥିଲା । ଏଥିରେ ଭାରତ ୫୬ ରନର ଟାର୍ଗେଟକୁ ଅତି ସହଜରେ ହାସଲ କରିନେଇଥିଲା । ରନ୍ ଚେଜ୍ ବେଳେ ସେଫାଳି ପ୍ରଥମ ବଲରେ ଛକା ମାରି ନିଜର ଅନ୍ଦାଜକୁ ସ୍ପଷ୍ଟ କରିଥିଲେ । ତେବେ ସେ ମାତ୍ର ୧୨ ରନ୍ କରି ଆଉଟ୍ ହୋଇଥିଲେ । ଦ୍ୱିତୀୟ ଓଭରରେ ତାଙ୍କୁ ପ୍ୟାଭିଲିୟନ ଯିବାକୁ ପଡିଥିଲା । ଫାତିମା ସନାଙ୍କ ବଲରେ ସେ ଆଉଟ୍ ହୋଇଥିଲେ ।

ଫାତିମା ସେଫାଳିଙ୍କୁ କଟ୍ ଆଣ୍ଟ୍ ବୋଲଡ୍ ଆଉଟ୍ କରିଥିଲେ । ଆଉଟ୍ କଲା ପରେ ଉତ୍ତେଜିତ ହୋଇ ଆଙ୍ଗୁଠି ଦେଖାଇଥିଲେ । ଯାହା ପଡିଆର ମହାଲୋକୁ ଗରମ କରିଦେଇଥିଲା । ଏପରି ସେଲିବ୍ରେସନକୁ ଅନେକ ସମାଲୋଚନା ମଧ୍ୟ କରିଛନ୍ତି ।

ମୁକାବିଲାରେ ଭାରତୀୟ ଦଳକୁ ୫୬ ରନର ଲକ୍ଷ୍ୟ ମିଳିଥିଲା । ବ୍ୟାଟିଂ ପାଇଁ ଓପନର ଭାବେ ସେଫାଳି ବର୍ମା ଆସିଥିଲେ । ସେ ପ୍ରଥମ ବଲରେ ଛକା ଲଗାଇଥିଲେ । ଏହାପରେ ତାଙ୍କୁ ସନା ଆଉଟ୍ କରିଥିଲେ । ଏହାସହ କୋଲଡ୍ ସେଣ୍ଡ୍ ଅଫ୍ ପ୍ରଦର୍ଶନ କରିଥିଲେ । ସବୁଠାରୁ ବଡ କଥା ହେଉଛି ଯେ, ସେଫାଳି ଏହାକୁ ନେଇ କିଛି କହିନଥିଲେ । ବରଂ ଶାନ୍ତ ରହିଥିଲେ । ଯଦି ସେ ମଧ୍ୟ ଉତ୍ତେଜିତ ହୋଇ ପାଲଟା ଜବାବ ଦେଇଥାନ୍ତେ ତାହାଲେ ମାମଲା ଆହୁରି ଗମ୍ଭୀର ହୋଇ ପଡିଥାନ୍ତା ।

Also Read :- ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ଦେହାନ୍ତ, ହୃଦଘାତରେ ଚାଲିଗଲା ଜୀବନ

ସେଫାଳିଙ୍କୁ ଆଉଟ୍ କଲା ପରେ ଫାତିମା ପ୍ରତୀକା ରାଓ୍ୱଲଙ୍କୁ ୪ ରନରେ ପ୍ୟାଭିଲିୟନ ପଠାଇଥିଲେ । ଏହାପରେ ସେ ସ୍ମୃତି ମନ୍ଧାନାଙ୍କୁ ୯ ରନ୍ ରେ ଆଉଟ୍ କରିଥିଲେ । ଫଳରେ ଭାରତକୁ ତୃତୀୟ ଝଟକା ଲାଗିଥିଲା । ପାଓ୍ୱାଲ ପ୍ଲେରେ ସନା ତିନୋଟି ଓ୍ୱିକେଟ୍ ନେଇ ଖାସ୍ ଉପଲବ୍ଧି ମଧ୍ୟ ହାସଲ କରିଥିଲେ ।

୨୯ ରନରେ ତିନି ଓ୍ୱିକେଟ୍ ଯିବା ପରେ ଅଧିନାୟକ ହରମନପ୍ରିତ କୌର ଏବଂ ଦୀପ୍ତି ଶର୍ମା ଜବରଦସ୍ତ ବ୍ୟାଟିଂ କରିଥିଲେ । ଉଭୟ ପାକିସ୍ତାନକୁ ଆଉ କୌଣସି ସୁଯୋଗ ଦେଇନଥିଲେ । ଏହାସହ ୭ ଓ୍ୱିକେଟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲେ ।