ରାଂଚି, ୦୬/୦୯ : ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ପରଲୋକ । ଝାଡଖଣ୍ଡ କ୍ୟାବିନେଟରେ ଉଚ୍ଚ ଶିକ୍ଷା ତଥା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁଙ୍କ ଦେହାନ୍ତ ହୋଇଛି । ହୃଦଘାତରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଶନିବାର ରାତିରେ ତାଙ୍କ ଛାତିରେ ଯନ୍ତ୍ରଣ ହୋଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୋନୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବରିଷ୍ଠ ନେତା ଥିଲେ । ଶନିବାର ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରୀ ଟିମ୍ ତାଙ୍କୁ ବଞ୍ଚାଇବାକୁ ଶତ ଚେଷ୍ଟା କରିଥିଲେ । ହେଲେ ବଞ୍ଚାଇ ପାରିନଥିଲେ । ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

୫୬ ବର୍ଷୀୟ ସୋନୁ ଗିରିଡିହରୁ ଦ୍ୱିତୀୟ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୯ରେ ସେ ପ୍ରଥମ ଥର ବିଜୟ ଲାଭ କରିଥିଲେ । ଏହାପରେ ୨୦୨୪ରେ ପୁଣି ଜିତି ହେମନ୍ତ ସୋରେନ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ପଦ ପାଇଥିଲେ । ତାଙ୍କୁ ଉଚ୍ଚଶିକ୍ଷା ଏବଂ ଆଇଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଥିଲା । ଏହାସହ ନଗର ବିକାଶ, ପର୍ଯ୍ୟଟନ, ସଂସ୍କୃତି ଏବଂ କ୍ରୀଡା ବିଭାଗ ମଧ୍ୟ ତାଙ୍କ ପାଖରେ ରହିଥିଲା ।

Also Read :- ଯୁଦ୍ଧ ବନ୍ଦ କରିବା ମୁଡ୍ ରେ ନାହାଁନ୍ତି ପୁଟିନ ! ଆମେରିକା ପ୍ରତିନିଧିଙ୍କୁ କହିଦେଲେ ଶେଷ ନିଷ୍ପତ୍ତି

ସୋନୁଙ୍କ ମୃତ୍ୟୁ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ଦୀପକ ବିରୁଆ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ତାଙ୍କ ଦେହାନ୍ତ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ବୋଲି ସେ ପ୍ରକାଶ କରିଛନ୍ତି । ଏହା ଜେଏମଏମ୍ ପରିବାର ପାଇଁ ମଧ୍ୟ ଦୁଃଖଦ ଘଟଣା ବୋଲି ସେ କହିଛନ୍ତି ।