ଭୁବନେଶ୍ୱର: ଓଡ଼ିଶାରେ ପୋଲିସ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ୭୨୬୮ଟି ପୋଲିସ ଓ ଅନ୍ୟାନ୍ୟ ୟୁନିଫର୍ମଡ୍ ସର୍ଭିସେସ୍ ପଦବୀରେ ନିଯୁକ୍ତି ପାଇଁ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକସନ୍ କମିଶନ (OUSSSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କମ୍ବାଇନ୍ଡ ୟୁନିଫର୍ମଡ୍ ସର୍ଭିସେସ୍ (ଅଣ୍ଡର ଗ୍ରାଜୁଏଟ୍ ଲେଭଲ୍) ପରୀକ୍ଷା-୨୦୨୬ ମାଧ୍ୟମରେ ଏହି ନିଯୁକ୍ତି କରାଯିବ।

ଏହି ନିଯୁକ୍ତି ପ୍ରକ୍ରିୟାରେ ବିଭିନ୍ନ ବର୍ଗର ପଦବୀ ସାମିଲ ହୋଇଛି। ସେଗୁଡ଼ିକ ମଧ୍ୟରେ କନଷ୍ଟେବଲ୍ (ସିଭିଲ୍), କନଷ୍ଟେବଲ୍ (କମ୍ୟୁନିକେସନ୍), କନଷ୍ଟେବଲ୍ (OISF), ଅଗ୍ନିଯୋଦ୍ଧା, ଅଗ୍ନିଶମ ଡ୍ରାଇଭର, ଡ୍ରାଇଭର PMT ଏବଂ ଟ୍ରାଫିକ୍ କନଷ୍ଟେବଲ୍ ପଦବୀ ରହିଛି।

ପ୍ରଥମ ଥର ଗୋଟିଏ ପରୀକ୍ଷାରେ ସୁଯୋଗ

ଏହି ନିଯୁକ୍ତିର ଏକ ପ୍ରମୁଖ ବିଶେଷତ୍ୱ ହେଉଛି, ପ୍ରଥମ ଥର ପାଇଁ ଉପରୋକ୍ତ ସମସ୍ତ ପଦବୀ ନିମନ୍ତେ ଆଶାୟୀମାନେ ଗୋଟିଏ କମ୍ବାଇନ୍ଡ ପରୀକ୍ଷା ଦେବେ। ଏହାଦ୍ୱାରା ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ଏକକ ପରୀକ୍ଷା ବ୍ୟବସ୍ଥା ଅଧୀନରେ ଅଣାଯାଇଛି।

ତେବେ ନିଯୁକ୍ତି ସମ୍ପର୍କିତ ଯୋଗ୍ୟତା, ଆବେଦନ ତାରିଖ, ବୟସ ସୀମା, ପରୀକ୍ଷା ପଦ୍ଧତି ଏବଂ ଅନ୍ୟାନ୍ୟ ନିୟମାବଳୀ ବିଷୟରେ ଜାଣିବା ପାଇଁ ଆଶାୟୀମାନେ OUSSSCର ଅଫିସିଆଲ୍ ୱେବସାଇଟ୍ https://ousssc.odisha.gov.in ଭିଜିଟ୍ କରିପାରିବେ।