ଭୁବନେଶ୍ୱର: ଆଇଆଇଟି (ବିଏଚୟୁ) ବାରଣାସୀ ଦ୍ୱାରା ଆୟୋଜିତ ବାର୍ଷିକ କ୍ରୀଡା ମହୋତ୍ସବ ‘ସ୍ପର୍ଦ୍ଧା ୨୦୨୬’ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ମହିଳା ବିଭାଗ ଉଭୟ କବାଡ଼ି ଓ ବାସ୍କେଟବଲରେ ସୋଆ ଦଳ ଚମ୍ପିୟନ ହୋଇଛନ୍ତି । ମହିଳା କବାଡ଼ି, ବାସ୍କେଟବଲ ଦଳ ଚମ୍ପିୟନ, ପୁରୁଷ ଖୋ-ଖୋ, କବାଡ଼ି ଦଳ ରନର୍ସଅପ୍, ମହିଳା ଖୋ-ଖୋ ଦଳ ତୃତୀୟ ହୋଇଥିବା ବେଳେ ଉନ୍ନତ ପ୍ରଦର୍ଶନ ପାଇଁ ସୋଆକୁ ‘ବେଷ୍ଟ ଆଉଟଷ୍ଟେସନ’ ଦଳ ପୁରସ୍କାର ପ୍ରଦାନ କରାଯାଇଛି ।

ଛାତ୍ରଛାତ୍ରୀଙ୍କର ଏହି ସଫଳତା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆନନ୍ଦ ବ୍ୟକ୍ତ କରିଛନ୍ତି ଓ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ବାରଣାସୀରୁ ଫେରିବା ପରେ ଛାତ୍ରଛାତ୍ରୀମାନେ ଗୁରୁବାର ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଥିଲେ ।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମାଙ୍କ ସମେତ ଅନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ ।

Also Read: କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କଲା ସୋଆ

ଏହି ପ୍ରତିଯୋଗିତା ଚଳିତ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ଉଦ୍ଯାପିତ ହୋଇଥିଲା । ‘କ୍ରିକେଟ, ଫୁଟବଲ, ଭଲିବଲ, ବ୍ୟାଡମିଂଟନ, ଖୋ ଖୋ, କବାଡି ଓ ବାସ୍କେଟବଲ ପ୍ରଭୃତି କ୍ରୀଡାରେ ସୋଆ ବିଶ୍ୱବିଦ୍ୟାଳୟରୁ ୧୪୦ ଜଣ ଖେଳାଳି ଓ ୧୦ଜଣ କର୍ମଚାରୀ ଏଥିରେ ଅଂଶ ଗ୍ରହଣ କରିଥିଲେ ।