ଖୋର୍ଦ୍ଧା: ମିଛ ନାଟକର ସତ ଯବନିକା । ମାଆ କୋଳରୁ ହୋଇଥିଲା ନିଖୋଜ । ଶିଶୁ ପୁତ୍ର ଚୋରି ତଥା ଅପହରଣର ମୁଖ୍ୟ କାର୍ପଟଦାର । ଅପହୃତ ତଥା ଚୋରି ଶିଶୁ ପୁତ୍ରକୁ ଉଦ୍ଧାର କରିଛି ନିରାକାରପୁର ରେଳବାଇ ପୋଲିସ । ନିଜେ ବାପା ସାଜିଥିଲା ଷଡଯନ୍ତ୍ରକାରୀ ତଥା ନିଜେ ନିଜର ପୁଅକୁ ଅପହରଣ କରିବା ପରେ ମିଛ ନାଟକ କରୁଥିଲା । ଶେଷରେ ସବୁ ସତ ଜଣାପଡିବା ପରେ ମିଛ ନାଟକ ଉପରୁ ପରଦା ହଟିଥିଲା । ସାମ୍ନାକୁ ଆସିଥିଲା ଅପହରଣ ନୂଆ ଟୁଇଷ୍ଟ୍ ।

ଶିଶୁପୁତ୍ରକୁ ଉଦ୍ଧାର କରାଯିବା ପରେ ଅପହରଣକାରୀ ତଥା ଏହି ମିଛ ନାଟକର ଖଳନାୟକ ବାପାକୁ ଗିରଫ କରିଛି ରେଳବାଇ ପୋଲିସ । ରେଳବାଇ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି । ଶିଶୁ ପୁତ୍ରର ବାପା ତଥା ଅଭିଯୋଗକାରୀ ହିଁ ଶିଶୁ ପୁତ୍ର ଚୋରି ତଥା ଅପହରଣ କରିବା ପରେ ବିଳମ୍ବିତ ରାତିରେ ନିଜ ପ୍ରଥମ ପତ୍ନୀକୁ ହସ୍ତାନ୍ତର କରିଥିଲା ।

Also Read...Heat Wave Alert: କମିଯିବ କାଳବୈଶାଖୀ, ୧୧ ପରଠୁ ଆଉ ତ୍ରାହି ନାହିଁ, ବଢିବ ଗୁଳୁଗୁଳି

ଅଭିଯୋଗକାରୀ ତଥା ଶିଶୁ ପୁତ୍ରର ବାପାଙ୍କ ନିଜ ପୈତୃକ ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା କଳାମାଟିଆ ଗାଁରୁ ବିଳମ୍ବିତ ରାତିରେ ଅପହୃତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଏବେ ପୋଲିସ କଷ୍ଟଡିରେ ବାପା । ବାପା ରଚିଥିଲା ପିଲାଚୋରି ନାଟକର ମୁଖ୍ୟ କାର୍ପଟଦାର ନିଜେ ଶିଶୁର ବାପା ପ୍ରଶାନ୍ତ ପ୍ରଧାନ ବୋଲି ସୂଚନା ।

ସୂଚନା ଥାଉକି, ଗତକାଲି ଖୋର୍ଦ୍ଧା ରେଳ ଡିଭିଜନ ନିରାକାରପୁର ରେଳ ଷ୍ଟେସନ ପରିସରରୁ ୪ମାସର ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଶିଶୁର ବାପା-ମା’ ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ସମୟରେ ଏହି ଘଟଣା ଘଟିଥିଲା । ଏନେଇ ନିରାକାରପୁର ରେଳବାଇ ପୋଲିସରେ ଅଭିଯୋଗ କରିଥିଲେ ବାପା-ମାଆ ।

ନୟାଗଡ଼ ଜିଲ୍ଲା ରଣପୁର ଥାନା କଳାମାଟିଆ ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ସ୍ତ୍ରୀ ଚିନୁଲତା ପରିଡା ଓ ତାଙ୍କର ୪ମାସର ଶିଶୁପୁତ୍ର ଟ୍ରେନ ଯୋଗେ ତାମିଲନାଡୁ ଯିବାର ଥିଲା । ସେମାନେ ପ୍ରଥମେ କାଳୁପଡ଼ାଘାଟ ଷ୍ଟେସନରେ ପହଞ୍ଚିଥିଲେ । ପରେ ସେଠାରୁ ଡିଏମୟୁ ଟ୍ରେନ୍ ଯୋଗେ ନିରାକାରପୁର ଷ୍ଟେସନ ଆସିଥିଲେ । ତିନି ନମ୍ବର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବାବେଳେ ମାତାଙ୍କୁ ନିଦ ଆସି ଯାଇଥିଲା । ଏହାର ସୁଯୋଗ ନେଇ ମା’ କୋଳରୁ ଶିଶୁପୁତ୍ରକୁ ନେଇଯାଇଥିଲେ ।