ଭୁବନେଶ୍ବର ୧୨।୧୧: ଭୁବନେଶ୍ୱରର ବୁଦ୍ଧ ନଗରରେ ବୃଦ୍ଧାଙ୍କୁ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଗିରଫ । ବୃଦ୍ଧା କୁଞ୍ଜଲତା ନନ୍ଦଙ୍କୁ ହତ୍ୟା ଅଭିଯୋଗରେ ତାଙ୍କ କେୟାର ଟେକର ବଳଭଦ୍ର ମହାରଣାକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ । ସୁରଟରୁ ଦିଲ୍ଲୀ ଯିବା ବେଳେ ଧରାପଡ଼ିଲା କିଲର କେୟାରଟେକର । ଅଭିଯୁକ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଲା ଲକ୍ଷ୍ମୀସାଗର ଥାନା ପୋଲିସ ।

ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ପୋଲିସକୁ ଚକମା ଦେଇ ଫେରାର ଥିଲା ଅଭିଯୁକ୍ତ କେୟାର ଟେକର I ସପ୍ତାହେ ମଧ୍ୟରେ ପ୍ରାୟ ୫ ସହର ବୁଲିଥିଲା ଅଭିଯୁକ୍ତ ବଳଭଦ୍ର ମହାରଣା । ହତ୍ୟାକାଣ୍ଡ ପରେ ରାୟପୁର, ପୁରୀ, କୋଲକାତା, ରାଞ୍ଚି, ପାନିପତ, ସୁରତ ସହର ବୁଲିଥିଲା ଯାଇଥିଲା ଅଭିଯୁକ୍ତ । ତେବେ ଦିଲ୍ଲୀ ଯିବା ବେଳେ ଭଦୋଦରାରୁ ଧରା ପଡିଯାଇଥିଲା ଅଭିଯୁକ୍ତ I ବସ୍ରେ ଫେରାର ହେବା ବେଳେ ତାକୁ ପୋଲିସ ଗିରଫ କରିଥିଲା I ତେବେ ଅଭିଯୁକ୍ତ ୨୦ ହଜାର ୬୦୦ ଟଙ୍କା ସହ ସୁନା ଗହଣା ନେଇ ଫେରାର ହୋଇ ଯାଇଥିଲା I ଅଭିଯୁକ୍ତର ମୋବାଇଲ ଟ୍ରାକିଂ କରି ପୋଲିସ ତା ନିକଟରେ ପହଞ୍ଚି ପାରିଥିଲା । ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ଅଭିଯୁକ୍ତକୁ ପଚରା ଉଚରା କରାଯାଉଥିବା ସିପି କହିଛନ୍ତି ।

Also Read:- ଗଞ୍ଜାମ ବନ୍ୟାକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ, ଜବାବ ମାଗିଲେ ସନ୍ତୋଷ ସିଂ ସାଲୁଜା

ବୃଦ୍ଧା କୁଞ୍ଜଲତା ନନ୍ଦଙ୍କ ଘରେ କେୟାର ଟେକର ଭାବେ କାମ କରୁଥିଲା ଅଭିଯୁକ୍ତ ବଳରାମ । ଘରର ଉପର ମହଲାରେ ରହୁଥିଲା I ତେବେ ପୂର୍ବରୁ କୁଞ୍ଜଲତାଙ୍କ ପାଖରେ କାମ କରୁଥିବା ବିଦ୍ୟାଧର ମହାରଣାଙ୍କ ସହ ସେ କୁଞ୍ଜଲତାଙ୍କ ଘରେ ନିୟୋଜିତ ହୋଇଥିଲ । ବଳରାମ ଘଟଣା ଦିନ କୁଞ୍ଜଲତାଙ୍କ ତଣ୍ଟିଚିପିବା ପରେ ପଛପଟ ମୁଣ୍ଡକୁ ଗଭୀର ଆଘାତ ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା I ଅଭିଯୁକ୍ତର ଟ୍ରାଞ୍ଜିଟ୍ ରିମାଣ୍ଡ ଭିତରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।