ଭୁବନେଶ୍ୱର: କମିବ କାଳବୈଶାଖୀ ପ୍ରଭାବ । ୧୨ରୁ ବଢ଼ିବ ଗରମ ଗୁଳୁଗୁଳି । ୧୨ ରୁ ୧୪ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୂତ ହେବ । କେତେକ ସ୍ଥାନରେ ତାପମାତ୍ରା ୪୦ ଛୁଇଁବ । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ପୂର୍ବ ଦିଗରୁ ପବନ ବହୁଥିବା ବେଳେ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହୁଛି । ବାୟୁମଣ୍ଡଳ ଉପରି ଭାଗରେ ମଧ୍ୟ ଶୁଖିଲା ପବନ ବହୁଛି । ଯାହା ଫଳରେ ଆଜି କାଳବୈଶାଖୀ ପ୍ରଭାବ ରହୁଛି ।

ସୂଚନା ଥାଉକି, ଆଜି ଓ ଆସନ୍ତାକାଲି ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରକୋପ ରହିବ । ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଝଡ଼ବର୍ଷାକୁ ନେଇ ଏଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କିମି ରହିବ । ଏହା ସମେତ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ୨୦ଟି ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ଏଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ପରେ କମିବ ବର୍ଷା ।

ଫେରିବ ଗରମ ଗୁଳୁଗୁଳି । କିଛିଦିନ ଧରି କାଳବୈଶାଖୀ ପାଇଁ ତାତିରୁ ବଡ଼ ଆଶ୍ଵସ୍ତି ମିଳିଥିଲା । ହେଲେ ଏବେ ପୁଣି ଉପରମୁହାଁ ହେବ ପାରଦ । ଶନିବାରଠୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁବ । ୧୨ରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଘାଣ୍ଟି ହେବ । ଏଭଳି ପୂର୍ବାନୁମାନ ଦେଖାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୧ରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତି ବଢ଼ିବ । ଅନୁମାନ କରାଯାଉଛି, ୩ ଦିନ ପରେ ତାପମାତ୍ରା ପ୍ରାୟ ୪ରୁ ୬ ଡିଗ୍ରୀ ବଢ଼ିଯିବ ।

Also Read...Mansoon Rain: ବର୍ଷା ଋତୁରେ ବି ମୌସୁମୀ ହେବ ଦୁର୍ବଳ, ବଢିଯିବ ଚାଷୀଙ୍କ ଚିନ୍ତା

୧୦ ତାରିଖରେ ଉପକୂଳ ଓଡ଼ିଶାର ଭୁବନେଶ୍ଵରରେ ପାରଦ ୩୮ ଡିଗ୍ରୀ ଏବଂ ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ । ୧୧ ତାରିଖରେ ଝାରସୁଗୁଡ଼ା ୪୧ ଡିଗ୍ରୀ ଛୁଇଁଯିବ । ଅନ୍ୟପଟେ ୧୨ରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଛଟପଟ ହେବ। ସମସ୍ତ ଉପକୂଳ ଜିଲ୍ଲା ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗରମ, ଗୁଳୁଗୁଳି ଅନୁଭୂତ ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ପାଇଁ ଏଥିଲାଗି ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ସମୁଦ୍ର ପଟରୁ ଉଷ୍ମ ଜଳୀୟବାଷ୍ପ ଭରା ପବନ ବହୁଥିବା ବେଳେ ପଶ୍ଚିମ ପଟରୁ ଶୁଷ୍କ ଓ ଥଣ୍ଡା ପବନ। ଏହାର ପ୍ରଭାବରେ ଉପକୂଳ ଜିଲ୍ଲା ଗୁଡ଼ିକରେ କାଳବୈଶାଖୀ ପ୍ରଭାବ ରହୁଛି। ବିଶେଷ ଭାବରେ ଉତ୍ତର ଓଡ଼ିଶାରେ ପ୍ରଭାବ ଦେଖିବାକୁ ମିଳିବ । କେତେକ ସ୍ଥାନରେ ତାପମାତ୍ରା ୪୦ ପାର୍ କରିପାରେ ।

ପାଣିପାଗ ବିଶେଷଜ୍ଞଙ୍କ ମତ ଅନୁସାରେ ୧୧ ଯାଏଁ କେତେକ ସ୍ଥାନରେ କାଳବୈଶାଖୀ ପ୍ରକୋପ ଦେଖାଇବ । କିନ୍ତୁ ୧୫ ରେ ରାଜ୍ୟରେ ୪୦ ଡ଼ିଗ୍ରୀ ପାର କରିବ ତାପମାତ୍ରା ବୋଲି ଅନୁମାନ କରିଛନ୍ତି । ସେପଟେ ଗତ ୨୪ ଘଂଟାରେ ଟିଟିଲାଗଡରେ ୩୯.୫ ଡ଼ିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ଼ କରାଯାଇଚି ।