ଭୁବନେଶ୍ବର ୧୨।୧୧: ଦୋକାନରେ ଫାଟିଲା ଏସି କମ୍ପ୍ରେସର । ଗୁରୁତର ହେଲେ ଦୁଇ ଜଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଥରିଉଠିଲା ଆଖପାଖ ଦୋକାନ । ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ଭୁବନେଶ୍ବର ୟୁନିଟ୍ ୨ ସ୍ଥିତ ମାର୍କେଟ୍ ବିଲ୍ଡିଂରେ ।

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଥିବା କଳାନିକେତନ ଷ୍ଟୋରରେ ଜୋରଦାର ବିସ୍ଫୋରଣ ଘଟିଛି । ବିସ୍ଫୋରଣର ଶବ୍ଦ ଏତେ ଜୋର୍ ଥିଲା ଯେ ଥରି ଉଠିଥିଲା ଆଖପାଖ ଦୋକାନ । ବିସ୍ଫୋରଣ ଫଳରେ ଦୁଇ ଜଣ ମେକାନିକ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Also Read:-ସରକାରଙ୍କୁ ବିଜେଡିର ପ୍ରଶ୍ନ, ୬ଟି ଡ୍ୟାମ୍ରୁ ଆଗୁଆ ପାଣି ଛାଡ଼ିଲେ କାହିଁକି ?

କିଛି ଦିନ ହେଲା ଶୋ’ରୁମ୍ର ଏସି ଅଚଳ ହୋଇପଡ଼ିଥିଲା । ଗୁରୁବାର ମରାମତି ପାଇଁ ଦୁଇ ଜଣ ମେକାନିକ୍ ଆସିଥିଲେ । ଏସି କାମ ଚାଲିଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।