ଟାଙ୍ଗୀ ୯।୪: ଖୋର୍ଦ୍ଧା ନିରାକାରପୁର ରେଳ ଷ୍ଟେସନରୁ ଶିଶୁ ପୁତ୍ର ଚୋରି ଘଟଣାରେ ନୂଆ ଟ୍ବିଷ୍ଟ । ଶିଶୁ ପୁତ୍ରର ବାପା ତଥା ଅଭିଯୋଗକାରୀ ହିଁ ଶିଶୁ ପୁତ୍ର ଚୋରି ତଥା ଅପହରଣର ମୁଖ୍ୟ କାର୍ପଟଦାର । ଅପହୃତ ତଥା ଚୋରି ଶିଶୁ ପୁତ୍ରକୁ ଉଦ୍ଧାର କରିଛି ନିରାକାରପୁର ରେଳବାଇ ପୋଲିସ । ଶିଶୁ ପୁତ୍ରର ବାପା ତଥା ଅଭିଯୋଗକାରୀ ହିଁ ଶିଶୁ ପୁତ୍ର ଚୋରି ତଥା ଅପହରଣ କରିବା ପରେ ବିଳମ୍ବିତ ରାତିରେ ନିଜ ପ୍ରଥମ ପତ୍ନୀକୁ ହସ୍ତାନ୍ତର କରିଥିଲା । ଅଭିଯୋଗକାରୀ ତଥା ଶିଶୁ ପୁତ୍ରର ବାପାଙ୍କ ନିଜ ପୈତୃକ ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା କଳାମାଟିଆ ଗାଁରୁ ବିଳମ୍ବିତ ରାତିରେ ଅପହୃତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ରେଳ ଷ୍ଟେସନରୁ ଶିଶୁ ପୁତ୍ର ଚୋରି ହୋଇଥିଲା । ମଙ୍ଗଳବାରର ବିଳମ୍ବିତ ରାତିରେ ମାଆ କୋଳରେ ଥିଲା ୪ ମାସର ଶିଶୁ ପୁତ୍ର । ରେଳ ଷ୍ଟେସନର ପ୍ଲାଟଫର୍ମରୁ ବାପା-ମା' ଓ ଶିଶୁ ପୁତ୍ର ଶୋଇଥିବା ବେଳେ କେହି ଶିଶୁ ପୁତ୍ରକୁ ଚୋରି କରି ନେଇଥିବା ନିରାକାରପୁର ରେଳବାଇ ଫାଣ୍ଡିରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ନେଇ ରେଳବାଇ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ତନାଘନା । ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନସ୍ଥ କଳାମାଟିଆ ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ ଓ ତାଙ୍କର ପତ୍ନୀଙ୍କ ସାଙ୍ଗରେ ଥିଲା ତାଙ୍କର ୪ ମାସର ଶିଶୁ ପୁତ୍ର । ପ୍ରକୃତ ପକ୍ଷେ ପ୍ରଶାନ୍ତ କୁମାର ପ୍ରଧାନ ଜଣେ ବିବାହିତ ଯୁବକ ଓ ତାଙ୍କର ପୈତୃକ ଘରେ ପତ୍ନୀ ଥିଲେ ହେଁ ସେ ନିଜର ଶାଳୀଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ଗ୍ରହଣ କରିବା ପରେ ଉଭୟଙ୍କ ଔରସରୁ ଏହି ଅପହୃତ ଶିଶୁ ପୁତ୍ର ଜନ୍ମ ନେଇଥିଲା ।

Also Read:- ମାମୁଘର ବୁଲିବାକୁ ଆସିଥିଲା ଭାଣିଜୀ, ତଣ୍ଟିଚିପି ମାରିଦେଲେ !

ଏହି ଅପହରଣ ନାଟକ ପଛରେ କ'ଣ ରହିଛି ରହସ୍ୟ ତାହାର ଖୋଳତାଡ଼ ଆରମ୍ଭ କରିଛି ରେଳବାଇ ପୋଲିସ । ବୁଧବାର ମାମଲା ରୁଜୁ କରି ତଦନ୍ତ କରୁଥିଲା ରେଳବାଇ ପୋଲିସ ।