ନୂଆଦିଲ୍ଲୀ: ମଝି ଆକାଶରେ ବିମାନ ହାଇଜ୍ୟାକ। ଏହି ଘଟଣାର ସତ୍ୟତା କେତେ ସ୍ପଷ୍ଟ ହୋଇନି। କିନ୍ତୁ ଦୁବାଇରୁ ତେଲ ଅଭିଭ ଅଭିମୁଖେ ଉଡ଼ାଣ ଭରିଥିବା ଏକ ବିମାନକୁ ଜରୁରୀକାଳୀନ ଡାଇଭର୍ଟ କରାଯାଇ ସାଉଦି ଆରବ ପଠାଇ ଦିଆଯାଇଛି। ବିମାନ ତରଫରୁ ହାଇଜ୍ୟାକ କରାଯାଇଥିବା ଆଲର୍ଟ ଜାରି କରାଯାଇଥିବା ଆଶଙ୍କା କରାଯାଉଛି। କିନ୍ତୁ ଏହାକୁ ନେଇ ଆନୁଷ୍ଠାନିକ ଭାବେ କିଛି ସୂଚନା ଦିଆଯାଇ ନାହିଁ। ଏହି ଘଟଣାକୁ ନେଇ ତେଲ ଅଭିଭରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହାକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଜରୁରୀକାଳୀନ ବୈଠକ ମଧ୍ୟ ଡକାଇଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ଫ୍ଲାୟଦୁବାଇ ବୋଇଙ୍ଗ ବିମାନ ୭୩୭ ମ୍ୟାକ୍ସ ଦୁବାଇରୁ ଉଡ଼ାଣ ଭରିଥିଲା। ବୁଧବାର ବିମାନଟି ଇସ୍ରାଏଲର ରାଜଧାନୀ ତେଲ ଅଭିଭ୍ ଅଭିମୁଖେ ଯାତ୍ରା କରୁଥିଲା। ମାତ୍ର ଉତ୍ତର ସାଉଦି ଆରବ ପହଞ୍ଚିବା ପରେ ବିମାନର ରାସ୍ତା ଡାଇଭର୍ଟ କରି ଦିଆଯାଇଥିଲା। କୁହାଯାଉଛି ବିମାନରୁ ସ୍କ୍ଵାକିଙ୍ଗ ୭୭୦୦ କୋଡର ବ୍ୟବହାର କରାଯାଇଥିଲା, ଏହାର ଅର୍ଥ ଏମରଜେନ୍ସି ଆଲର୍ଟ।

Also Read: ୧୦୦ରୁ ଅଧିକ ଯୌନ ଶିକାରୀଙ୍କ ଲିଷ୍ଟ ! ସିଲିକନ ଭ୍ୟାଲିରେ ଚାଲିଛି ଯୌନ ଖେଳ, ରିପୋର୍ଟରୁ ଚାଞ୍ଚଲ୍ୟକର ଖୁଲାସା

ଏପରିକି କିଛି ସମୟ ପାଇଁ ଏହାକୁ ହାଇଜ୍ୟାକର କୋଡ୍ ୭୫୦୦ମ ଉପରେ ରଖାଯାଇଥିଲା। ତେବେ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ବର୍ତ୍ତମାନ ବିମାନଟି ସାଉଦି ଆରବର ତାବୁକ ସହର ଅଭିମୁଖେ ଗତି କରୁଛି। ଇସ୍ରାଏଲ ଅନୁଯାୟୀ ବିମାନଟି ଶୀଘ୍ର ଅବତରଣ କରିବ ଏବଂ ଏହା ପରେ ହିଁ ସ୍ଥିତି ସ୍ପଷ୍ଟ ହୋଇ ପାରିବ। ସରକାରଙ୍କ ପକ୍ଷରୁ ଆଉ କିଛି ସମୟ ପରେ ଆନୁଷ୍ଠାନିକ ବୟାନ ଜାରି ହେବ।

ହାଇଜ୍ୟାକକୁ ସରକାରଙ୍କ ନା

ଅନ୍ୟପଟେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ମୁଖପାତ୍ର ବିମାନ ହାଇଜ୍ୟାକ୍ ଘଟଣାକୁ ଖଣ୍ଡନ କରିଛନ୍ତି। ପିଏମ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଫ୍ଲାଇଦୁବାଇର ଏକ ବିମାନକୁ ରାସ୍ତା ଡାଇଭର୍ଟ କରାଯାଇ ସାଉଦି ଆରବ ପଠାଯିବା ଘଟଣାକୁ ଆମେ ହାଇଜ୍ୟାକ ବୋଲି ଗ୍ରହଣ କରୁନୁ। ଖାସ୍ କଥା ଏହି ଘଟଣା ଏମିତି ସମୟରେ ଘଟିଛି, ଯେତେବେ ମଧ୍ୟପ୍ରାଚ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

Also Read: ବଦଳିଗଲା AIର ନାଁ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ସୁପର ଇଣ୍ଟେଲିଜେନ୍ସ ଘୋଷଣା କଲେ ଟ୍ରମ୍ପ୍

ଯାତ୍ରୀରେ ଭର୍ତ୍ତି ବିମାନ

ମିଡିଆ ରିପୋର୍ଟ ଅନୁସାରେ, ବିମାନରେ ୨୭ ଛୋଟ ପିଲା ସମେତ ମୋଟ୍ ୧୭୪ ଯାତ୍ରୀ ଅଛନ୍ତି। କୁହାଯାଉଛି ଦୁଇ ପାଇଲଟଙ୍କ ମଧ୍ୟରେ ଯୁକ୍ତିତର୍କ କାରଣରୁ ହାଇଜ୍ୟାକର ସିଗ୍ନାଲ ବାଜି ଯାଇଥିଲା। ଆଉ ସିଗ୍ନାଲ ମିଳିବା କ୍ଷଣି ଇସ୍ରାଏଲର ବାୟୁସେନା ଆଲର୍ଟ ମୋଡକୁ ଚାଲି ଯାଇଥିଲା।

ବାସ୍ତବରେ କଣ ଘଟିଥିଲା

ପରେ ଏହା ସ୍ପଷ୍ଟ ହୋଇଛି ଯେ, ଦୁଇ ପାଇଲଟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଫଳରେ ମଝି ଆକାଶରେ ବିମାନରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପୁଜିଥିଲା ଏବଂ ଭୁଲ୍ ବଶତଃ ସିଗ୍ଲାନ ଚାଲି ଯାଇଥିଲା। କାଳେ ବିମାନ ହାଇଜ୍ୟାକ ହୋଇଥିବା ମନେ କରି ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ କାଟଜ ଜରୁରୀକାଳୀନ ବୈଠକ ଡକାଇଥିଲେ।