ନୂଆଦିଲ୍ଲୀ: ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦୁନିଆର ସବୁଠୁ ବଡ଼ ସେଣ୍ଟର ଆମେରିକାର ସିଲିକନ ଭ୍ୟାଲିକୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଏହି ଖୁଲାସା ପରେ ସମଗ୍ର ଦୁନିଆରେ ହଇଚଇ ସୃଷ୍ଟି ହୋଇଛି। ନିକଟରେ ପ୍ରକାଶିତ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ମୁତାବକ ସିଲିକନ ଭ୍ୟାଲିର ମହିଳାଙ୍କ ମଧ୍ୟରେ ଏକ ତାଲିକା ଘୂରି ବୁଲୁଛି। ଆଉ ଏହି ଲିଷ୍ଟ ହେଉଛି ଯୌନ ଶିକାରୀଙ୍କର। ଲିଷ୍ଟରେ ୧୦୦ରୁ ଅଧିକ ଏମିତି ନାଁ ରହିଛି ଯେଉଁମାନେ ଯୁବତୀମାନଙ୍କୁ ଡ୍ରଗ୍ସ ଦେଇ ସେମାନଙ୍କ ଯୌନ ଶୋଷଣ କରିଥାନ୍ତି।

ତାଲିକାରେ ୧୦୦ ଯୌନ ଶିକାରୀଙ୍କ ନାଁ ?

ଏହି ତାଲିକାରେ ଟେକ୍ନୋଲୋଜି ଓ ଏଆଇ ଇଣ୍ଡଷ୍ଟ୍ରୀର ୧୦୦ରୁ ଅଧିକ ବିଶିଷ୍ଟ ନିବେଶକ, ବ୍ୟବସାୟୀ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ରହିଛି। ଏମାନଙ୍କ ଉପରେ ଯୌନ ଉତ୍ପୀଡ଼ନ, ଦୁଷ୍କର୍ମ ଓ ଡ୍ରଗ୍ସ ଚାଲାଣ ପରି ସଙ୍ଗୀନ ଅଭିଯୋଗ ରହିଛି। ରିପୋର୍ଟ ମୁତାବକ ଡର ଏବଂ କ୍ୟାରିୟର ବରବାଦ ହେବା ଆଶଙ୍କା କାରଣରୁ ଟେକ ଓ୍ଵାର୍ଲ୍ଡର ଏହି ମହିଳାମାନେ ପରସ୍ପରକୁ ସତର୍କ ରହିବା ଏବଂ ସୁରକ୍ଷା ପାଇଁ ଗୁପ୍ତ ନେଟଓ୍ଵର୍କର ସାହାରା ନେଉଛନ୍ତି।

Also Read: ବଦଳିଗଲା AIର ନାଁ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ସୁପର ଇଣ୍ଟେଲିଜେନ୍ସ ଘୋଷଣା କଲେ ଟ୍ରମ୍ପ୍

ପୀଡ଼ିତ ମହିଳାଙ୍କ କହିବା କଥା ସେମାନେ ପୋଲିସ କିମ୍ବା ସାର୍ବଜନୀନ ମଞ୍ଚରେ ଅଭିଯୋଗ କରିବାକୁ ଡରୁଛନ୍ତି। କାରଣ ସେ ଯଦି ନ୍ୟାୟ ପାଇଁ ଆଇନଗତ ରାସ୍ତା ଆପଣେଇବେ ଏବଂ ଯଦି ହାରି ଯାଆନ୍ତି ତେବେ ସହରର ବଡ଼ ବଡ଼ ନିବେଶକ ତାଙ୍କୁ କଳାତାଲିକାଭୁକ୍ତ କରି ଦେବେ। ଏମିତିରେ ତାଙ୍କ କ୍ୟାରିୟର ବରବାଦ ହୋଇଯିବ। ଏହା ବାଦ ଏତେ ବଡ଼ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଯିବାର ବଡ଼ ରିସ୍କ ସେମାନେ ନେବାକୁ ଚାହୁଁ ନାହାନ୍ତି।

ହ୍ୟାକର ହାଉସରେ ପାର୍ଟିର ଫାଇଦା ଉଠାନ୍ତି ଅଭିଯୁକ୍ତ

ରିପୋର୍ଟ ମୁତାବକ ଅନେକ ଘଟଣା ହ୍ୟାକର ହାଉସରେ ଘଟିଛି। ଏଠାରେ ଯୁବ ଫାଉଣ୍ଡର୍ସ, ନିବେଶକ ଓ ଟେକ୍ କର୍ମଚାରୀ ଏକାଠି ରୁହନ୍ତି, ନେଟଓ୍ଵର୍କ ତିଆରି କରନ୍ତି ଏବଂ କାମ କରନ୍ତି। ସିଲିକନ ଭ୍ୟାଲିର ଜଣେ ଇନସାଇଡରଙ୍କ ଅନୁସାରେ ଅଭିଯୁକ୍ତ ପ୍ରଥମେ ବନ୍ଧୁତା ଜରିଆରେ ମହିଳାଙ୍କ ଭରସା ଜିତନ୍ତି ଏବଂ ପରବର୍ତ୍ତୀ ସମୟରେ ଭୁଲ୍ କାମ କରନ୍ତି। ଆମେରିକା କିମ୍ବା ସିଲିକନ ଭ୍ୟାଲିରେ ନୂଆ କରି ଆସୁଥିବା ମହିଳା ଓ ଯୁବ କର୍ମଚାରୀଙ୍କୁ ସହଜରେ ଏମାନେ ଟାର୍ଗେଟ୍ କରିଥାନ୍ତି।

Also Read: ଜର୍ମାନୀ ତିଆରି କରୁଛି ଆଉ ଏକ ସୂର୍ଯ୍ୟ, ଭବିଷ୍ୟତରେ ଫ୍ୟୁଜନ ମେଶିନରୁ ମିଳିବ ବିଜୁଳି

Zetteର ଫାଉଣ୍ଡର ଲଗାଇଥିଲେ ଅଭିଯୋଗ

ପ୍ରସିଦ୍ଧ ଆପ୍ ଜେଟ୍ଟେର ସଂସ୍ଥାପକ ୟେହାଗ୍ନ ଝୁ ମଧ୍ୟ ସାନ ଫ୍ରାନସିସ୍କୋର ହ୍ୟାକର ହାଉସ ‘ଜେନେସିସ’ର ଜଣେ ପୂର୍ବତନ କର୍ମଚାରୀଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଲଗାଇଥିଲେ।ଝୁ ୨୦୨୧ ଡିସେମ୍ବରରେ ପୋଲିସରେ ଏଫଆଇଆର ଦେଇଥିଲେ, ମାତ୍ର ଅଭିଯୁକ୍ତ ସହରରୁ ଫେରାର ହୋଇ ଯାଇଥିଲା ଏବଂ ଏ ପର୍ଯ୍ୟନ୍ତ ଧରା ବି ପଡ଼ିନି। ଏହି ଘଟଣାରେ ହାଉସ ଅର୍ଗାନାଇଜର ତାଙ୍କୁ ପୋଲିସ ନିକଟକୁ ନ ଯାଇ କମିଟି ଗଠନ କରି ଭୋଟିଂ କରାଇବାକୁ ପ୍ରସ୍ତାବ ଦେଇଥିଲେ। ପୁଣି ବ୍ୟବସାୟିକ ଲିଙ୍କ କାରଣରୁ ଅନେକ ଲୋକ ମାମଲାରେ ସାମିଲ୍ ହେବାକୁ ମନା କରି ଦେଇଥିଲେ।

ଏହି କାରଣରୁ, ନିଜର ସୁରକ୍ଷା ପାଇଁ ଏବଂ ଅନ୍ୟମାନଙ୍କୁ ସତକର୍ମ କରାଇବା ପାଇଁ ସେମାନେ ଏହି ଅଣ୍ଡରଗ୍ରାଉଣ୍ଡ ନେଟୱାର୍କର ସାହାଯ୍ୟ ନେଉଛନ୍ତି। ତେବେ ଏହି ତାଲିକାରେ ଥିବା ଅଭିଯୋଗଗୁଡ଼ିକର ସ୍ୱାଧୀନ ଭାବେ ସତ୍ୟତା ପ୍ରମାଣିତ ହୋଇନଥିଲେ ମଧ୍ୟ ଏହି ଘଟଣା ସିଲିକନ୍ ଭାଲିର କାର୍ଯ୍ୟକ୍ଷେତ୍ର ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।