ସୁନ୍ଦରଗଡ଼ ୨୧।୧୧: ରାଜସ୍ୱ ନିରୀକ୍ଷକଙ୍କୁ ସଂଘବଦ୍ଧ ଆକ୍ରମଣ । ସୁନ୍ଦରଗଡ଼ ନୂଆଗାଁ ବ୍ଲକ୍ ଖୁଟଗାଁ RI ଶ୍ରୀକାନ୍ତ ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଭାବରେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରାଜସ୍ୱ ନିରୀକ୍ଷକ ଶ୍ରୀକାନ୍ତ ପାତ୍ର ନିଜ କାର୍ଯ୍ୟାଳୟରୁ ରାଉରକେଲା ଘରକୁ ଫେରୁଥିବା ସମୟରେ କୁନ୍ଦୁରି ନିକଟରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଦୁର୍ବୃତ୍ତ ମାନେ ତାଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ । ଯାହା ଫଳରେ ସମ୍ପୃକ୍ତ RIଙ୍କ ଡାହାଣ ଗୋଡ ସହ ଡାହାଣ ହାତ ଭାଙ୍ଗିଯାଇଛି । ଗୁରୁତର ଭାବରେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

​​​​​​​

Also Read:- ସରକାରୀ କ୍ବାର୍ଟର୍ସରୁ ମିଳିଲା SIଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

କିଛି ଜମି ମାଫିଆ ସରକାରୀ ଜମିକୁ ଜବର ଦଖଲ କରିଥିଲେ । ଏହାକୁ ନେଇ ଅଭିଯୋଗ ପରେ RI ଜମି ମାଫିଆଙ୍କୁ ବାରଣ କରିଥିଲେ । ଫଳରେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।