ଅନୁଗୋଳ ୨୧।୧୧: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର DFO କାର୍ଯ୍ୟାଳୟରେ କାର୍ଯ୍ୟରତ ସିନିୟର ଆସିଷ୍ଟାଣ୍ଟ ଅଜୟ କୁମାର ନାଏକଙ୍କୁ କୋର୍ଟ ଚାଲାଣ । ସରକାରୀ ଅର୍ଥ ହେରଫେର ଘଟଣା ଆଜି ଭିଜିଲାନ୍ସ ଗିରଫ କରିଥିଲା ।

ଅନୁଗୋଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର DFO କାର୍ଯ୍ୟାଳୟରେ କାର୍ଯ୍ୟରତ ସିନିୟର ଆସିଷ୍ଟାଣ୍ଟ ଅଜୟ କୁମାର ନାଏକ । ଶନିବାର ସନ୍ଧ୍ୟାରେ ତାଙ୍କୁ ଅନୁଗୋଳ କୋର୍ଟକୁ ପଠା ଯାଇଥିଲା । ଏହି ସିନିୟର ଆସିଷ୍ଟାଣ୍ଟ ଜଣକ ମୃତ ଏବଂ ଅବସର ନେଇଥିବା ଲୋକଙ୍କର ଟଙ୍କାକୁ ହେରଫେର କରି ନିଜ ଆକାଉଣ୍ଟକୁ ନେଇଥିଲେ । ପ୍ରାୟ ୧ କୋଟି ୨୩ ଲକ୍ଷ ଟଙ୍କା ହେରଫେର କରିଥିବା ଭିଜିଲାନ୍ସ କୋର୍ଟରେ ଲିଖିତ ଅଛି ।

Also Read:-ବିରୂପାକ୍ଷ ଅଗ୍ରୱାଲ ହତ୍ୟା ମାମଲାରେ ହେଡମାଷ୍ଟରଙ୍କ ସମ୍ପୃକ୍ତି, ଫେରାର କରାଇଥିଲେ ହାବିଲଦାର!

ଏହି ଘଟଣାରେ ଅଜୟ କୁମାର ନାଏକଙ୍କୁ ଅନୁଗୋଳ ଭିଜିଲାନ୍ସ ଟିମ୍ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି । କିନ୍ତୁ ଅଜୟ ନାଏକ କ୍ୟାମେରା ଆଗରେ କିଛି କହି ନଥିବା ବେଳେ ତାଙ୍କ ବିରୁଦ୍ଧରେ କେସ୍ ରୁଜୁ ହୋଇଛି ବୋଲି କହିଛନ୍ତି ଭିଜିଲାନ୍ସ ପବ୍ଲିକ ପ୍ରସିକ୍ୟୁଟର । ବର୍ତ୍ତମାନ ତାଙ୍କୁ ଅନୁଗୋଳ ଜେଲ୍କୁ ସ୍ଥାନାନ୍ତର କରାଯାଇଛି ।