ମୁମ୍ବାଇ, ୩୦/୦୯ :AIନାଁ ବଦଳାଇ ଦେଲେ ଟ୍ରମ୍ପ। ଏବେ ଆଉAIନୁହେଁ, SI।ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବେ ସୁପର ଇଣ୍ଟେଲିଜେନ୍ସ।AIକୁ ନେଇ ବିଶ୍ୱରେ ଚର୍ଚ୍ଚା ଜାରି ଥିବା ବେଳେ ଆମେରିକାରୁ ଆସିଛି ଏହି ବଡ଼ ଖବର।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନୂଆ ଆଦେଶ ଜାରି କରିଛନ୍ତି।‘Artificial Intelligence’ବା‘AI’ଶବ୍ଦ ବ୍ୟବହାରକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ସ୍ଥାନରେ ଏବେ‘Super Intelligence’ବା‘SI’ଶବ୍ଦ ବ୍ୟବହାର କରାଯିବ। ହ୍ୱାଇଟ୍ ହାଉସରେGoogle, MetaଏବଂOpenAIମୁଖ୍ୟଙ୍କ ସହିତ ଏକ ଐତିହାସିକ ସୁରକ୍ଷା ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି।

‘Inaugurating the Era of Super Intelligence’ନାମକ ଏକ କାର୍ଯ୍ୟକାରୀ ଆଦେଶରେ ଟ୍ରମ୍ପ କହିଛନ୍ତି ଯେ,ଆଧୁନିକ ପ୍ରଯୁକ୍ତି କେବଳ ମାନବ ବୁଦ୍ଧିମତାର ଅନୁକରଣ କରୁନାହିଁ। ବରଂ ମାନବ କ୍ଷମତାକୁ ଆହୁରି ଆଗକୁ ନେବାରେ ସହାୟକ ହେଉଛି। ସେଥିପାଇଁ‘AI’ଭଳି ପୁରୁଣା ଶବ୍ଦ ପରିବର୍ତ୍ତେ‘SI’ଶବ୍ଦ ବ୍ୟବହାର କରିବା ସମୟର ଆବଶ୍ୟକତା। ଏହି ଆଦେଶ ପରେ ଆମେରିକାର ସମସ୍ତ ସରକାରୀ ବିଭାଗ,ଏଜେନ୍ସି,ୱେବସାଇଟ୍,ରିପୋର୍ଟ,ସରକାରୀ ଚିଠିପତ୍ର ଓ ନୀତିଗତ ଦସ୍ତାବେଜରେ ନୂଆ ଶବ୍ଦାବଳୀ ଅପନାଇବାକୁ ପଡ଼ିବ। ତେବେ ପୂର୍ବରୁ ଜାରି ହୋଇଥିବା ନିୟମ,ଚୁକ୍ତିନାମା,ଅନୁଦାନ ଓ ଐତିହାସିକ ରେକର୍ଡରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।

Also Read :- Asian Games 2026: ତୀରନ୍ଦାଜୀରେ ଭାରତର ପୁଣି ସ୍ୱର୍ଣ୍ଣିମ ସଫଳତା, କମ୍ପାଉଣ୍ଡ ମିକ୍ସଡ୍ ଟିମ୍ ଜିତିଲା ଗୋଲ୍ଡ ମେଡାଲ୍

ଟ୍ରମ୍ପ ପ୍ରଶାସନର ଦାବି ହେଉଛି,ପ୍ରାୟ ୭୦ ବର୍ଷ ପୁରୁଣା‘Artificial Intelligence’ଧାରଣା ବର୍ତ୍ତମାନର ପ୍ରଯୁକ୍ତିର କ୍ଷମତାକୁ ଠିକ୍ ଭାବେ ବ୍ୟାଖ୍ୟା କରିପାରୁନାହିଁ। ଟ୍ରମ୍ପଙ୍କ ଏହି ପଦକ୍ଷେପ ପରେ ବିଶ୍ୱ ଟେକ୍ନୋଲୋଜି ମହଳରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।AIରୁSIକୁ ଏହି ନାମ ପରିବର୍ତ୍ତନ କେବଳ ଶବ୍ଦ ବଦଳ ନା ଟେକ୍ନୋଲୋଜିର ନୂଆ ଅଧ୍ୟାୟ,ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।