ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ସସପେନ୍ସ-ଥ୍ରୀଲର୍ 'ଦୃଶ୍ୟମ୍-୩'ର ବକ୍ସ ଅଫିସରେ ଧମାକାଦାର୍ କାରବାର ଜାରି ରଖିଛି। ଫିଲ୍ମଟି ରିଲିଜ୍ ହେବାର ମାତ୍ର ୩ ଦିନ ଭିତରେ ୧୦୦ କୋଟିରୁ ଅଧିକ ବ୍ୟବସାୟ କରିସାରିଥିବା ବେଳେ ଏକାସାଙ୍ଗରେ ୩ଟି ବଡ଼ ରେକର୍ଡ ନିଜ ନାଁରେ କରିଛି। ରବିବାର ସକାଳ ସୁଦ୍ଧା ଫିଲ୍ମର ମୋଟ କଲେକ୍ସନ୍ ୧୨୫ କୋଟି ଟଙ୍କା ଅତିକ୍ରମ କରିସାରିଛି।

୩ ଦିନର ବକ୍ସ ଅଫିସ କଲେକ୍ସନ୍

ରିପୋର୍ଟ ମୁତାବକ, 'ଦୃଶ୍ୟମ୍-୩' ପ୍ରଥମ ଦିନରେ ବମ୍ପର ଓପନିଂ ସହ ୬୨ କୋଟି ଟଙ୍କା ବକ୍ସ ଅଫିସ କଲେକ୍ସନ କରିଥିଲା। ଦ୍ୱିତୀୟ ଦିନ ଶନିବାର ଫିଲ୍ମଟି ୫୩.୫୦ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ତୃତୀୟ ଦିନ ରତବିବାର ସକାଳ ୧୧ଟା ସୁଦ୍ଧା ଆଉ ୯.୫୩ କୋଟି ଟଙ୍କା ବ୍ୟବସାୟ କରି ସାରିଛି। ଏହାକୁ ମିଶାଇ ଭାରତୀୟ ବଜାରରେ ଫିଲ୍ମର ମୋଟ ଆୟ ୧୨୫.୦୩ କୋଟି ଟଙ୍କାରେ ପହଞ୍ଚିଛି।

Also Read: ଜୁନିୟର NTRଙ୍କ ‘ଚୁଟ୍ଟାମଲ୍ଲେ’ ଗୀତର AI ଭିଡିଓ ଭାଇରାଲ୍, ବର୍ଷିଲେ ଚିରଞ୍ଜୀବୀ-ବିଜୟ ଦେବରକୋଣ୍ଡା

ଫିଲ୍ମ ନାଁରେ ଯୋଡ଼ିହେଲା ୩ଟି ବଡ଼ ରେକର୍ଡ

ଅଜୟ ଦେବଗନଙ୍କ କ୍ୟାରିୟରର ସବୁଠୁ ବଡ଼ ଓପନର୍

 'ଦୃଶ୍ୟମ୍-୩' ଅଜୟ ଦେବଗନଙ୍କ କ୍ୟାରିୟରର ସବୁଠାରୁ ବଡ଼ ଓପନିଂ ଫିଲ୍ମ ଭାବେ ରେକର୍ଡ କରିଛି। ଏହାପୂର୍ବରୁ 'ସିଙ୍ଘମ୍ ରିଟର୍ନ୍ସ' (୩୧.୬୮ କୋଟି) ତାଙ୍କ କ୍ୟାରିୟରର ସବୁଠୁ ବଡ଼ ଓପନର୍ ଥିଲା, ଯାହାର ରେକର୍ଡକୁ 'ଦୃଶ୍ୟମ୍-୩' ଭାଙ୍ଗିଦେଇଛି।

ବଲିଉଡର ତୃତୀୟ ସର୍ବବୃହତ୍ ଓପନିଂ

ବଲିଉଡ୍ ଇତିହାସରେ ପ୍ରଥମ ଦିନରେ ସବୁଠୁ ଅଧିକ ରୋଜଗାର କରିଥିବା ଫିଲ୍ମ ଗୁଡ଼ିକ ମଧ୍ୟରେ 'ଦୃଶ୍ୟମ୍-୩' ତୃତୀୟ ସ୍ଥାନ ହାସଲ କରିଛି। ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଧୁରନ୍ଧର-୨। ଫିଲ୍ମଟି ପ୍ରଥମ ଦିନରେ ପ୍ରାୟ ୧୦୨.୫୫ କୋଟିର କାରବାର କରିଥିଲା। ଦ୍ଵିତୀୟରେ ରହିଛି ଶାହରୁଖ ଖାନଙ୍କ ଫିଲ୍ମ ଜବାନ। ପ୍ରଥମ ଦିନରେ ଜବାନ ୭୫ କୋଟି ଟଙ୍କାର ଆୟ କରିଥିଲା।

୨୦୨୬ର ଦ୍ୱିତୀୟ ବଡ଼ ଓପନିଂ

ଚଳିତ ବର୍ଷ (୨୦୨୬) ମୁକ୍ତିଲାଭ କରିଥିବା ବଲିଉଡ୍ ସିନେମାଗୁଡ଼ିକ ମଧ୍ୟରେ 'ଦୃଶ୍ୟମ୍-୩' ଦ୍ୱିତୀୟ ସବୁଠାରୁ ବଡ଼ ଓପନର୍ ହୋଇପାରିଛି। ପ୍ରଥମେ ରହିଛି ରଣବୀର ସିଂଙ୍କ ଧୁରନ୍ଧର ପାର୍ଟ-୨।

Also Read: ଏୟାର ଆମ୍ବୁଲାନ୍ସରେ ମୁମ୍ଵାଇ ପହଞ୍ଚିଲେ ନୁସରତ୍, ଅକ୍ସିଜେନ ସପୋର୍ଟରେ ଆସିଲେ ନଜର

'ଦୃଶ୍ୟମ୍' ଫ୍ରାଞ୍ଚାଇଜିର ଶେଷ ଅଧ୍ୟାୟ

ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅଜୟ ଦେବଗନ୍, ତବୁ, ଶ୍ରୀୟା ସରନ୍, ଜୟଦୀପ ଅହଲାବତ୍, ପ୍ରକାଶ ରାଜ୍ ଓ ଇଶିତା ଦତ୍ତା ମୁଖ୍ୟ ଭୂମିକାରେ ଅଛନ୍ତି। ବିଜୟ ସାଲଗାଓଁକର ଏବଂ ପୋଲିସ ମଧ୍ୟରେ ଚାଲିଥିବା ଏହି ମାଇଣ୍ଡ ଗେମର ଏହା ଶେଷ ଭାଗ ) ହୋଇଥିବାରୁ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି। ଯେଉଁ ହାରରେ ଫିଲ୍ମଟି ରୋଜଗାର କରୁଛି, ଏହା ଏହି ଫ୍ରାଞ୍ଚାଇଜିର ସବୁଠୁ ଅଧିକ ବ୍ଲକବଷ୍ଟର ଫିଲ୍ମ ହେବା ନିଶ୍ଚିତ।ଫିଲ୍ମର ପ୍ରଥମ ପାର୍ଟ ୨୦୧୫ରେ ରିଲିଜ୍ ହୋଇଥିବା ବେଳେ ଦ୍ଵିତୀୟ ପାର୍ଟ ୨୦୨୨ରେ ସିନେମାଘରକୁ ଆସିଥିଲା।