ପୁରୀ ୨।୧୦: ଶ୍ରୀକ୍ଷେତ୍ରରେ ନିଶୁଳ୍କ ହବିଷ୍ୟାଳି ବ୍ରତ ପାଇଁ ଅକ୍ଟୋବର ୬ରୁ ଅନଲାଇନ ଆବେଦନ । ପୂର୍ବବର୍ଷ ମାନଙ୍କ ଭଳି ଅନଲାଇନ୍ ମାଧ୍ୟମରେ ଆବେଦନ କରି ପଞ୍ଜୀକରଣ କରିପାରିବେ ହବିଷ୍ୟାଳି ମାଆ ।

Also Read:- ପୂଜା ପୂର୍ବରୁ ବର୍ଷା-ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା, ପ୍ରଥମ ପର୍ଯ୍ୟାୟରେ ୨୬୧ କୋଟି ଟଙ୍କାର କ୍ଷତିପୂରଣ

ଚଳିତ ବର୍ଷ ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳି । ରାଜ୍ୟ ସରକାରଙ୍କ ତରଫରୁ ନିଶୁଳ୍କ ରହଣୀ, ମହାପ୍ରସାଦ ସେବନ ସହିତ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ସ୍ୱତନ୍ତ୍ର ମହାପ୍ରଭୁଙ୍କ ଦର୍ଶନ ସୁବିଧା ଯୋଗାଇ ଦିଆଯିବ । ସ୍ଥାୟୀ ଶିବିର ବୃନ୍ଦାବତୀ ନିବାସ ସମେତ ୩ ଅସ୍ଥାୟୀ ଶିବିରରେ ହେବ ବ୍ୟବସ୍ଥା । ପୁରୀ ଅତିରିକ୍ତ ଜିଲ୍ଲାପାଳ ଶରତ ବେହେରା ଏନେଇ ସୂଚନା ଦେଇଛନ୍ତି ।