ଭୁବନେଶ୍ୱର: ରାଜ୍ୟରେ ଏବେ ପାଗରେ ପରିବର୍ତ୍ତନ ଜାରି ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିଲେବି, ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏଥିପାଇଁ ସମ୍ପୃକ୍ତ ଅଞ୍ଚଳଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସହ କେତେକ ସ୍ଥାନରେ ପବନର ବେଗ ମଧ୍ୟ ବଢ଼ିପାରେ । ପବନ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପ୍ରବାହିତ ହେବାର ସମ୍ଭାବନା ରହିଛି । ଫଳରେ ବଜ୍ରପାତ ସମୟରେ ବାହାରକୁ ବାହାରିବା ବେଳେ ସତର୍କ ରହିବାକୁ ପରାମର୍ଶ ରହିଛି ।

୨ ତାରିଖରୁ ପାଗ ଶୁଖିଲା

ଅନ୍ୟପଟେ, ଆସନ୍ତା ୨ ତାରିଖରୁ ରାଜ୍ୟରେ ପାଗ ଧୀରେ ଧୀରେ ଶୁଖିଲା ହେବାର ସମ୍ଭାବନା ରହିଛି। ତେବେ ସବୁ ଅଞ୍ଚଳରେ ସମ୍ପୂର୍ଣ୍ଣ ଶୁଖିଲା ପାଗ ରହିବ ନାହିଁ। କାଁ ଭାଁ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ।

ଦିନ ତାପମାତ୍ରା ବଢ଼ିବ

ବର୍ଷାର ପ୍ରଭାବ କମିବା ସହିତ ଦିନ ବେଳର ତାପମାତ୍ରା ମଧ୍ୟ ଅଧିକ ରହିବାର ସମ୍ଭାବନା ରହିଛି। ଫଳରେ ଆଗାମୀ ଦିନଗୁଡ଼ିକରେ ଗରମ ଅନୁଭୂତ ହୋଇପାରେ। ବର୍ଷା, ଘଡ଼ଘଡ଼ି ଓ ପବନ ପରେ ପୁଣି ଦିନର ତାପମାତ୍ରା ବଢ଼ିବାକୁ ନେଇ ପାଣିପାଗରେ ପରିବର୍ତ୍ତନ ଜାରି ରହିବ।