ପୁରୀ ୪।୧୦: ପୁରୀ ବ୍ରହ୍ମଗିରିରେ ଗୁଳିମାଡ଼। କାଳିକାବାଡ଼ିରେ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତୋଫାନ କୁମାର ପାହାଳଙ୍କ ପେଟରେ ବାଜିଛି ଗୁଳି । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଏ କାହିଁକି ତାଙ୍କୁ ଗୁଳି ମାରିଲା ତାର କାରଣ ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି ।