ସମ୍ବଲପୁର ୬।୯: ସମ୍ବଲପୁରରେ ବଢ଼ି ଚାଲିଛି ସାଇବର ଅପରାଧ । ସ୍ନାପଚାଟ୍ରେ ନ୍ୟୁଡ୍ କଲ୍ କରି ବ୍ଲାକମେଲ କରୁଛନ୍ତି । ପରେ ଟଙ୍କା ଲୁଟି ନେଉଛନ୍ତି । ଫେସବୁକରେ ମଧ୍ୟ ବିଭିନ୍ନ ଲିଙ୍କ ପଠାଇ ଟଙ୍କା ଲୁଟୁଛନ୍ତି ସାଇବର ଲୁଟେରା । ଏଭଳି ୨ଟି ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଉତ୍ତରାଖଣ୍ଡରୁ ଧରାପଡ଼ିଛନ୍ତି ୨ ଅଭିଯୁକ୍ତ ।

ସମ୍ବଲପୁର ଗୋବିନ୍ଦତୋଲା ଅଞ୍ଚଳର ସୁନୀଲ ସାହୁଙ୍କୁ ଫେସବୁକରେ ପେନସନ ସମ୍ବନ୍ଧୀୟ ଏକ ଲିଙ୍କ ଆସିଥିଲା। ଯାହାକୁ କ୍ଲିକ୍ କରିବା ପରେ ତାଙ୍କ ଆକାଉଣ୍ଟରୁ ୭ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା। ଆକାଉଣ୍ଟରୁ କଟିଥିବା ଟଙ୍କା ମାଲେସିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଥିଲା । ମାଲେସିଆରେ ବସିଥିବା ଠକର ସହଯୋଗୀ ଉତ୍ତରାଖଣ୍ଡରେ ATMରୁ ଟଙ୍କା ଉଠାଇଥିଲେ । ଉତ୍ତରାଖଣ୍ଡ ପୋଲିସ ସହାୟତାରେ ଅଭିଯୁକ୍ତ ଅବାସ ଅଲ୍ଲୀକୁ ଗିରଫ କରିଛି ସମ୍ବଲପୁର ପୋଲିସ । ତା ନିକଟରୁ ୨ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହାସହ ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି ପୋଲିସ । ଏହି ଆକାଉଣ୍ଟରେ ୫ ଲକ୍ଷ ୫୬ ହଜାର ୧୦୫ ଟଙ୍କା ରହିଛି । ମାଲେସିଆରେ ଥିବା ମୁଖ୍ୟ ଅଭିଯୁକ୍ତ ଫରିଦକୁ ଗିରଫ କରିବାକୁ ସମ୍ବଲପୁର ପୋଲିସ ତଦନ୍ତ ଚଳାଇଛି ।

Also Read:- 

ସେହିପରି ସ୍ନାପଚାଟ୍‌ରେ ଯୁବକ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ନ୍ୟୁଡ୍ କଲ୍ କରି ବ୍ଲାକମେଲ କରୁଥିଲା ହରିଦ୍ବାରର ଆୟୁଷ ସାଇନି । ଉତ୍ତରାଖଣ୍ଡ ପୋଲିସର ସହାୟତାରେ ଆୟୁଷକୁ ମଧ୍ୟ ଗିରଫ କରିଛି ସମ୍ବଲପୁର ପୋଲିସ ।