କୋଲକାତା,୧୫|୦୬ମମତା ବାନାର୍ଜୀଙ୍କ ଅବସ୍ଥା ଭଲ ନାହିଁ । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳ ଭାଙ୍ଗିବାରେ ଲାଗିଛି । ପ୍ରତିଦିନ ଜଣଙ୍କ ପରେ ଜଣେ ସାଂସଦ ଦଳ ଛାଡୁଛନ୍ତି । ନୂଆ ମୋର୍ଚ୍ଚା ଖୋଲୁଛନ୍ତି । ମମତାଙ୍କୁ ଚ୍ୟାଲେଞ୍ଜ୍ ଦେଉଛନ୍ତି । ଏସବୁର ମୁକାବିଲା କରିବାରେ ଦିଦି ପୁରା ଅସହାୟ ହୋଇଯାଇଛନ୍ତି । ଏହା ମଧ୍ୟରେ ସାଂସଦ ଅରୁପ ଚକ୍ରବର୍ତ୍ତୀ ବଡ ବୟାନ ଦେଇଛନ୍ତି ।

 

ଅରୁପ କହିଛନ୍ତି ଯେ, ମମତାଙ୍କ ଉପରେ ପରିବାରର ଚାପ ରହିଛି । ତେଣୁ ସେ ମୁକ୍ତ ଭାବେ ଦଳ ପରିଚାଳନା କରିପାରୁ ନାହାଁନ୍ତି । ତାଙ୍କ ଘରେ ବହୁତ କିଛି ଘଟଣା ଘଟିଛି । ତାଙ୍କ ଗାଁରେ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ଚର୍ଚ୍ଚା ହୁଏ । ଏପରିକି ଦିଦିଙ୍କୁ ଖୁସିରେ କାମ କରିବାକୁ ଦିଆଯାଉନି । ଅନେକ ସମୟରେ ତାଙ୍କୁ ଆକ୍ରମଣ ହୋଇଛି । ଏକଦା ରାତିରେ ତାଙ୍କୁ ପରିବାରର କେହି ଧକ୍କା ଦେଇଥିଲେ । ମମତାଙ୍କୁ ଗୁରୁତର ଆଘାତ ଲାଗିଥିଲା । ଏହାପରେ ବିରୋଧୀ ଦଳ ତଙ୍କୁ କଟାକ୍ଷ କରିଥିଲେ । ଦିଦି ଆପଣ ପଡିଗଲେ କି ବୋଲି ପ୍ରଶ୍ନ କରିଥିଲେ ।

Also Read :-  Chandrika Death Case: କେମିତି ଥିଲା ଚନ୍ଦ୍ରିକା-ଭୀମସେନଙ୍କ ସମ୍ପର୍କ, ଆଉ ଜଣଙ୍କ ଏଣ୍ଟ୍ରିକୁ ନେଇ ଖୋଳତାଡ଼

ଆହୁରି ମଧ୍ୟ ଅରୁପ କହିଛନ୍ତି ଯେ, ମମତା ସଦାବେଳେ ସ୍ୱାଧୀନ ଭାବେ କାମ କରିବାକୁ ଚାହାଁନ୍ତି । କିନ୍ତୁ ଏପରି କରିବାରେ ସେ ବିଫଳ ହେଉଛନ୍ତି । ଅଭିଷେକଙ୍କୁ ବଡ ଦାୟିତ୍ୱ ଦେଲା ପରେ ଦଳ ବରବାଦ ହୋଇଯାଇଛି । ଏହି ସବୁ ମମତାଙ୍କ ଘରେ ଘଟିଛି ।

ସୂଚନାଯୋଗ୍ୟ, ଅରୁପଙ୍କ ପ୍ରତିକ୍ରିୟା ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଟିଏମସି ସାଂସଦ ମମତାଙ୍କ ବିରୋଧରେ ମେଳି କରିଛନ୍ତି । ନିଜକୁ ପ୍ରକୃତ ଟିଏମସି କହୁଛନ୍ତି । ଏହାସହ ଏକ ଆଞ୍ଚଳିକ ଦଳରେ ସେମାନେ ସାମିଲ ହୋଇ ଏନଡିଏକୁ ସମର୍ଥନ ଜଣାଇବାକୁ ପ୍ରସ୍ତୁତ ହୋଇଛନ୍ତି । ଏପରିକି ମମତାଙ୍କ ଅନେକ ଘନିଷ୍ଠ ମଧ୍ୟ ତାଙ୍କ ସାଥ୍ ଛାଡିଦେଇଛନ୍ତି ।