ଉଦଳା ୧୫।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ଘରେ ପହଞ୍ଚିଲା ବାରଙ୍ଗ ପୋଲିସ । ବାରଙ୍ଗ ପୋଲିସର ୪ ଜଣିଆ ଟିମ୍ ଚନ୍ଦ୍ରିକାଙ୍କ ଘରେ ପହଞ୍ଚିଛନ୍ତି । ରବିବାର ରାତିରେ ବାରଙ୍ଗ ପୋଲିସ ଟିମ ପହଞ୍ଚି କିଛି ସମୟ ପରିବାର ଲୋକଙ୍କୁ ପଚରାଉଚରା କରି ଯାଇଥିବା ବେଳେ ସୋମବାର ପୁଣି ବାରଙ୍ଗ ପୋଲିସ ଆସି ଚନ୍ଦ୍ରିକାଙ୍କ ଘରେ ପଚରାଉଚରା କରିଛି । ଚନ୍ଦ୍ରିକା ମୃତ୍ୟୁ ଘଟଣାର ବିଭିନ୍ନ ଦିଗ ଉପରେ ପଚରା ଉଚରା କରିଛି । ବିଶେଷକରି ଚନ୍ଦ୍ରିକା ଏବଂ ଭୀମସେନ ମଧ୍ୟରେ ସମ୍ପର୍କ, ସେମାନଙ୍କ ସମ୍ପର୍କ ମଧ୍ୟରେ ଆଉ ଜଣଙ୍କ ଏଣ୍ଟ୍ରି, ଏଭଳି ତମାମ ଦିଗ ଉପରେ ପଚରାଉଚରା କରିଛନ୍ତି ।

Also Read:- ରଜରେ ଅଘଟଣ ! ବ୍ରିଜରୁ ସିଧା ତଳକୁ ଖସିପଡ଼ିଲେ, ଚାଲିଗଲା ରୋଜଗାରିଆ ପୁଅର ଜୀବନ

ରବିବାର ରାତିରେ ଚନ୍ଦ୍ରିକାଙ୍କ ମାଆ ଏବଂ ବାପାଙ୍କୁ କିଛି ପଚରା ଉଚରା କରିଥିବା ବେଳେ ଆଜି ଚନ୍ଦ୍ରିକାଙ୍କ ଭାଇ ଏବଂ ଅନ୍ୟ ପରିବାର ସଦସ୍ୟଙ୍କୁ ପଚରା ଉଚରା କରୁଛନ୍ତି । ଏହା ସହିତ ଘଟଣାରେ ସମ୍ପୃକ୍ତି ଥିବା ଅନେକ ତଥ୍ୟ ସଂଗ୍ରହ କରିବା ସହିତ କଲ୍ ରେକର୍ଡ, କାଗଜପତ୍ର, ମୋବାଇଲ ଚାର୍ଟ ଆଦିକୁ ଯାଞ୍ଚ କରିଛି ପୋଲିସ । ତେବେ ତମାମ ତଥ୍ୟ ନେଇ ବାରଙ୍ଗ ପୋଲିସ ତଦନ୍ତକୁ ଆଗକୁ ବଢ଼ାଉଛି ।