ନୂଆଦିଲ୍ଲୀ ୧୦।୧୦ : ରାଜଧାନୀରେ ହାଇଆଲର୍ଟ । CJP ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ଏବଂ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ଲଗାତର ଭାବେ ସିସିଟିଭି ଜରିଆରେ କଡ଼ା ନଜର ରଖାଯାଉଛି ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ SIRଙ୍କ ନିଲମ୍ବନ ଦାବିରେ ଦିଲ୍ଲୀର ଜନ୍ତରମନ୍ତର ଏବଂ କନଟ୍ ପ୍ଲେସରେ କୋକ୍ରୋଚ୍ ଜନତା ଦଳର ସମର୍ଥକମାନେ ଏକାଠି ହେବା ଆରମ୍ଭ କରିଛନ୍ତି। ପୋଲିସ ଏପର୍ଯ୍ୟନ୍ତ ୫ ଶହରୁ ଅଧିକଙ୍କୁ ଅଟକ ରଖିଛି। ଏହି ଅଞ୍ଚଳ ଗୁଡ଼ିକରୁ ପ୍ରତିବାଦକାରୀମାନଙ୍କୁ ହଟାଇ ଦିଆଯାଉଛି। ଅନେକ ସ୍ଥାନରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଛି। BSF କର୍ମଚାରୀଙ୍କ ସମେତ ୩୮ ହଜାରରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି।

Also Read:-ସିଜେପି ଆନ୍ଦୋଳନରେ ବିଶୃଙ୍ଖଳା ଆଶଙ୍କା: ଦିଲ୍ଲୀ ପୁଲିସକୁ ସହଯୋଗ ପାଇଁ ସବୁ ରାଜ୍ୟର ଡିଜିପିଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ

ସେହିପରି ଆଜି ନୂଆଦିଲ୍ଲୀ ଏବଂ ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ଆସୁଥିବା ୨୫୦ ଟ୍ରେନକୁ ବାତିଲ କରି ଦିଆଯାଇଛି । ୪୫ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଛି, ଏବଂ ୧୦ଟି ଡିଚେନସନ୍ ସେଣ୍ଟର କେନ୍ଦ୍ର ସ୍ଥାପନ କରାଯାଇଛି। ଆଜି ରାତି ୧୦ଟା ପର୍ଯ୍ୟନ୍ତ ଇଣ୍ଡିଆ ଗେଟ୍ ଚାରିପାଖରେ ୪ କିଲୋମିଟର ପରିଧି ମଧ୍ୟରେ ଇଣ୍ଟରନେଟ୍ ବନ୍ଦ ରଖାଯାଇଛି । ଅଭିଜିତ ଦୀପକ କହିଛନ୍ତି - "ଆମର ପ୍ରତିବାଦ ଆରମ୍ଭ ହେବା ପୂର୍ବରୁ ହିଁ ସରକାର ପରାଜୟ ସ୍ୱୀକାର କରିସାରିଛନ୍ତି।"