ପୁରୀ ୨୨।୧୧: ପୁଣି ଶ୍ରୀମନ୍ଦିରରେ ନକଲି ଗୁମାସ୍ତାଙ୍କ ଉତ୍ପାତ। ଏଥର ୧୦୦ କି ୫୦୦ ନୁହେଁ ବରଂ ସହଜରେ ଦର୍ଶନ କରାଇବା କଥା କହି ୧୩,୦୦୦ ଟଙ୍କା ଚୂନ ଲଗାଇଲେ ଜଣେ ନକଲି ଗୁମାସ୍ତା । ଏଭଳି ସାଂଘାତିକ ଅଭିଯୋଗ ଜଣେ ମହିଳା ଶ୍ରଦ୍ଧାଳୁ କରିଛନ୍ତି ।

ଶ୍ରୀମନ୍ଦିର ଉତ୍ତରଦୁଆର ନିକଟରେ ନକଲି ଗୁମାସ୍ତା ଜଣକ ଜଣେ ଭକ୍ତଙ୍କ ମୁଣ୍ଡପିଛା ୧୦୦୦ ଟଙ୍କା ହିସାବରେ ୧୩ ଜଣଙ୍କ ଠାରୁ ୧୩୦୦୦ ଟଙ୍କା ନେଇ କୁଆଡେ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ସେପଟେ ପଞ୍ଚୁକ ସମୟରେ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମୁଥିବା ବେଳେ ସହଜରେ ଦର୍ଶନ କରାଇବା କହି ନକଲି ଗୁମାସ୍ତା ମାନେ ଭକ୍ତଙ୍କୁ ଶୋଷଣ କରୁଛନ୍ତି ।

Also Read:- ନକଲି PhonePe ଦେଖାଇ ଡ୍ରେସ୍ କିଣିଲେ, ପେମେଣ୍ଟ ନକରି ଧରାପଡ଼ିଗଲା ଠକେଇର ପୂରା ଖେଳ

କିଛିଦିନ ପୂର୍ବରୁ ସିଂହଦ୍ଵାର ଥାନା ପୋଲିସ ୯ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜଣେ ନକଲି ଗୁମାସ୍ତା ଭକ୍ତଙ୍କ ଠାରୁ ୧୩,୦୦୦ ଟଙ୍କା ହଡପ କରିବା ଘଟଣା ସବୁ ସୀମା ପାର୍ କରିଛି । ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସମ୍ପୃକ୍ତ ନକଲି ଗୁମାସ୍ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ସେପଟେ ସମ୍ପୃକ୍ତ ନକଲି ଗୁମାସ୍ତାଙ୍କୁ କିଛି ଲୋକ ଅଟକ ରଖିଥିବା ଜଣାପଡିଛି । କଳା ଜ୍ୟାକେଟ୍ ପିନ୍ଧା ବ୍ୟକ୍ତି ଜଣକ ନକଲି ଗୁମାସ୍ତା ସାଜି ଭକ୍ତଙ୍କ ଠାରୁ ୧୩,୦୦୦ ଟଙ୍କା ନେଇ ଦର୍ଶନ କରାଇନଥିବା ଜଣାପଡିଛି ।

Watch Video: