ପୁରୀ ୧୯।୧୧: ବାତ୍ୟା ‘ଅକଭାନ୍’କୁ ନେଇ ପୁରୀରେ ଏବେ ହାଇ ଆଲର୍ଟ ଜାରି ହୋଇଛି । ସମୁଦ୍ର ଧିରେ ଧିରେ ଅଶାନ୍ତ ହେଉଛି। ବଡ଼ ବଡ଼ ଲହଡ଼ି କୂଳରେ ପିଟି ହେଉଛି । ଏଭଳି ସ୍ଥିତିରେ ପୁରୀ ସମୁଦ୍ର କୂଳକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ । ଆଇଜି ନିଜେ ସମୁଦ୍ର କୂଳ ବୁଲି ଦେଖିଛନ୍ତି। ପୋଲିସ, NDRF, ଅଗ୍ନିଶମ ବିଭାଗ ଓ ଲାଇଫ୍ ଗାର୍ଡଙ୍କ ପ୍ରସ୍ତୁତି ଯାଞ୍ଚ କରିଛନ୍ତି । ସମୁଦ୍ର କୂଳରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପର୍ଯ୍ୟଟକଙ୍କୁ ସମୁଦ୍ରକୁ ନ ଯିବା ପାଇଁ ନାଲି ପତାକା ଲଗାଯାଇଛି । ବିଚ୍ରେ ପୋଲିସ ପାଟ୍ରୋଲିଂ ବଢ଼ାଯାଇଛି ।

ସେପଟେ ହୋଟେଲ୍ ମାଲିକ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ହୋଟେଲ ବାହାରକୁ ପର୍ଯ୍ୟଟକଙ୍କୁ ନ ଛାଡ଼ିବା ପାଇଁ ପରାମର୍ଶ ଦିଆଯାଇଛି । ବିଶେଷ କରି ସମୁଦ୍ର କୂଳକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ହୋଟେଲ୍‌ରେ ଜରୁରୀ ସାମଗ୍ରୀ, ପାଣି, ଖାଦ୍ୟ, ଲାଇଟ୍ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

Also Read:- ବାତ୍ୟା ବର୍ଷାରେ ନଦୀ ଫୁଲିବା ଆଶଙ୍କା, ବୁଢ଼ାବଳଙ୍ଗରୁ ବଂଶଧାରା ଯାଏଁ ଆକଳନ ଜାରି

ବାତ୍ୟା ମୁକାବିଲା ନେଇ ପୁରୀ ପ୍ରଶାସନ ଓ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । କୌଣସି ପରିସ୍ଥିତିରେ ବି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଜୀବନ ପ୍ରତି ବିପଦ ନ ଆସୁ, ସେଥିପାଇଁ ପ୍ରତି ମୁହୂର୍ତ୍ତରେ ନଜର ରଖାଯାଇଛି ।

Watch Video: