ପୁରୀ ୨୨।୧୧: ନକଲି ଫୋନ୍ ପେ’ ଦେଖାଇ ଡ୍ରେସ୍ ଦୋକାନୀଙ୍କୁ ଠକେଇ ଉଦ୍ୟମ । ହେଲେ ନିଜେ ଧରାପଡ଼ିଗଲା ଠକ ଯୁବକ । ପୁରୀ ବଡ଼ଶଙ୍ଖ ଠାରେ ଘଟିଛି ଏଭଳି ଘଟଣା । ଠକ ଯୁବକ ଜଣକ ପୁରୀ ମାଟି ତୋଟା ନୂଆସାହି ଅଞ୍ଚଳର ଦୂର୍ଗା ପ୍ରସାଦ ସାହୁ ।

ଯୁବକ ଜଣକ ବଡ଼ଶଙ୍ଖରେ ଥିବା ଦୁଇଟି ଡ୍ରେସ୍ ଦୋକାନରୁ ଡ୍ରେସ୍ କିଣିଥିଲା । ଡ୍ରେସ୍ କିଣିବା ପରେ ନକଲି ଫୋନ୍ ପେ’ ବ୍ୟବହାର କରି ଟଙ୍କା ପେମେଣ୍ଟ ହେଇଗଲା ବୋଲି ଦୋକାନୀଙ୍କୁ କହିଥିଲା । ମୋବାଇଲରେ ପେମେଣ୍ଟ ସକ୍ସେସ୍ ବୋଲି ନକଲି ମେସେଜ୍ ବି ଦେଖାଇଥିଲା । ଦୋକାନୀ ପ୍ରଥମେ ବିଶ୍ୱାସ କରି ଯାଇଥିଲେ । ହେଲେ କିଛି ସମୟ ପରେ ଦୋକାନୀଙ୍କ ଆକାଉଣ୍ଟରେ ଟଙ୍କା ଆସି ନ ଥିବା ଜଣାପଡ଼ିଲା । ସନ୍ଦେହ ହେବାରୁ ଦୋକାନୀ ମାନେ ଯୁବକକୁ ଅଟକାଇ ପଚରା ଉଚରା କରିବାରୁ ଯୁବକର ସବୁ ମିଛ ଧରାପଡ଼ିଗଲା । ସେ ନକଲି ଫୋନ୍ ପେ’ ଆପ୍ ବ୍ୟବହାର କରି ଠକେଇ କରୁଥିବା ମଧ୍ୟ ସ୍ବୀକାର କଲା । ପରେ ସ୍ଥାନୀୟ ଲୋକେ ଏବଂ ଦୋକାନୀ ମିଶି ଯୁବକକୁ ଧରି ପୋଲିସକୁ ଜଣାଇଥିଲେ ।

​​​​​​​

Also Read:- ଗଞ୍ଜାମରେ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା, ଜଳସେଚନ ଭିତ୍ତିଭୂମି ସୁଦୃଢ଼ ଉପରେ ଗୁରୁତ୍ବ

ଆଜିକାଲି ନକଲି ଫୋନ୍ ପେ’, ନକଲି ପେମେଣ୍ଟ ସ୍କ୍ରିନ୍ ସଟ୍ ଦେଖାଇ ଠକେଇ ବଢ଼ୁଛି । ତେଣୁ ଦୋକାନୀମାନେ କେବଳ ମେସେଜ୍ ଦେଖି ନୁହେଁ, ନିଜ ଆକାଉଣ୍ଟରେ ଟଙ୍କା ଆସିଛି କି ନାହିଁ ଯାଞ୍ଚ କରି ହିଁ ଜିନିଷ ଦେବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।