CSK vs DC IPL 2026: ଭାରତକୁ ଟି-୨୦ ବିଶ୍ଵକପ୍ ୨୦୨୬ ଜିତାଇଥିବା ସଞ୍ଜୁ ସାମସନଙ୍କ ବ୍ୟାଟ୍ ଚଳିତ ଆଇପିଏଲର ପ୍ରାରମ୍ଭିକ ମ୍ୟାଚରେ ନିରବ ଥିଲା। ହେଲେ ଟୁର୍ଣ୍ଣାମେଣ୍ଟର ୧୮ତମ ମ୍ୟାଚରେ ଗର୍ଜି ଉଠିଛି ସଞ୍ଜୁଙ୍କ ବ୍ୟାଟ୍। ଚେନ୍ନାଇର ଚେପକ ଷ୍ଟାଡିୟମରେ ଶତକ ମାରି ସେ ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି। ସଞ୍ଜୁଙ୍କ ଅପରାଜିତ ୧୧୩ ରନ ଓ ଆୟୁଷ ମହାତ୍ରେଙ୍କ ୫୯ ରନ ବଳରେ ଚେନ୍ନାଇ ୨ ଓ୍ଵିକେଟ୍ ହରାଇ ୨୧୨ ରନର ବିଶାଳ ସ୍କୋର କରିଛି। ଦିଲ୍ଲୀ ଆଗରେ ରହିଛି ୨୧୩ ରନର ବିଜୟ ଲକ୍ଷ୍ୟ। ଦିଲ୍ଲୀ ପକ୍ଷରୁ ଏକମାତ୍ର ଓ୍ଵିକେଟ୍ ନେଇଛନ୍ତି ଅକ୍ଷର ପଟେଲ୍।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସକୁ ଦୁଇ ଓପନର ସଞ୍ଜୁ ସାମସନ ଓ ଋତୁରାଜ ଗାଏକ୍ଵାଡ଼ ଭଲ ଆରମ୍ଭ ଦେଇଥିଲେ। ଆରମ୍ଭ କିଛି ମ୍ୟାଚରେ ଖରାପ ଫର୍ମ ଦେଇ ଗତି କରିଥିବା ସଞ୍ଜୁ ସାମସନ ଆଜି ନିଜର ଦମ ଦେଖାଇଛନ୍ତି। ସେ ଆରମ୍ଭରୁ ପ୍ରହାର କରିଥିଲେ। ଦୁଇ ବ୍ୟାଟର ୬୨ ରନ ଯୋଡ଼ିଥିଲେ। ଅଧିନାୟକ ଗାଏକ୍ଵାଡ଼ ୧୫ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ସାମସନ ଓ ଆୟୁଷ ମହାତ୍ରେ ଚେପକ ଷ୍ଟାଡିୟମରେ ଧମାକା କରିଥିଲେ।

Also Read: MI ସହିତ ରୋହିତଙ୍କ ପୂରିଲା ୧୫ ବର୍ଷ, ହିଟମ୍ୟାନକୁ ନେଇ ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୧୩ ରନ ଯୋଡ଼ି ଦଳକୁ ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ମହାତ୍ରେ ୩୬ ବଲରୁ ୩ ଚୌକା ଓ ୪ ଛକା ସହ ୫୯ ରନ କରି ରିଟାୟର୍ଡ ହଟ୍ ହୋଇଥିଲେ। ଅନ୍ୟପଟେ ସଞ୍ଜୁ ଧୂଆଁଧାର ବ୍ୟାଟିଂ କରି ନିଜର ଆଇପିଏଲ୍ କ୍ୟାରିୟରରେ ଚତୁର୍ଥ ଶତକ ହାସଲ କରିଥିଲେ। ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୫୬ ବଲରୁ ୧୫ ଚୌକା ଓ ୪ ଛକା ସହ ୧୧୫ ରନ କରିଥିଲେ। ଶିବମ ଦୁବେ ୧୦ ବଲରୁ ୨୦ ରନ କରିଥିଲେ। ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୨୧୨ ରନ କରିଛି।