ଭୁବନେଶ୍ୱର ୨୩।୧୧ : ରାଜଧାନୀରେ ଆତଙ୍କରାଜ୍ । ବ୍ୟବସାୟୀଙ୍କୁ ଆକ୍ରମଣ। ଦୁର୍ବୃତ୍ତଙ୍କ ଆକ୍ରମଣରେ ବ୍ୟବସାୟୀ ପ୍ରତ୍ୟୁଷ ନନ୍ଦ ଗୁରୁତର। ଘଟଣାସ୍ଥଳରେ PCR ପହଞ୍ଚି ବ୍ୟବସାୟୀଙ୍କୁ ଉଦ୍ଧାର କରିଛି। ପ୍ରତ୍ୟୁଷଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ପ୍ରତ୍ୟୁଷଙ୍କ ବାଇକକୁ ଦୁର୍ବୃତ୍ତମାନେ ଭାଙ୍ଗିରୁଜି ଚୁରମାର କରିଦେଇଛନ୍ତି । ନିଶାସକ୍ତ ଅବସ୍ଥାରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ପୋଲିସ ସନ୍ଦେହ କରୁଛି।

ସୂଚନା ଅନୁସାରେ, ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ ଥିବା ଷଣ୍ଢ ସାଇ ନିକଟରେ କିଛି ଦୁର୍ବୃତ୍ତ ପ୍ରତ୍ୟୁଷ ନନ୍ଦଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ତାଙ୍କ ମୁଣ୍ଡ ଓ ଶରୀରର ଅନେକ ସ୍ଥାନରେ ଆଘାତ ଲାଗିଛି। କେବଳ ସେତିକି ନୁହେଁ, ଦୁର୍ବୃତ୍ତମାନେ ତାଙ୍କ ବାଇକ୍‌କୁ ମଧ୍ୟ ଭାଙ୍ଗିରୁଜି ଚୁରମାର କରିଦେଇଛନ୍ତି। ଆକ୍ରମଣ ପରେ ଘଟଣାସ୍ଥଳରେ ଉତ୍ତେଜନାର ପରିସ୍ଥିତି ଦେଖାଦେଇଥିଲା।

Also Read:-ଦୁର୍ନୀତି ବିରୋଧରେ କଡ଼ା ଆକ୍ସନ, ୫୨୫ ମାମଲାରେ ୭୦୬ ଜଣଙ୍କ ନାଁରେ ମାମଲା

ସେପଟେ ଖବର ପାଇ ପୋଲିସ PCR ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରତ୍ୟୁଷଙ୍କୁ ଉଦ୍ଧାର କରିଥିଲା। ଅନ୍ୟପଟେ, ନିଶାସକ୍ତ ଅବସ୍ଥାରେ ଦୁର୍ବୃତ୍ତମାନେ ଏଭଳି ଆକ୍ରମଣ ଓ ଭଙ୍ଗାରୁଜା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ତେବେ କେଉଁ କାରଣରୁ ବ୍ୟବସାୟୀ ପ୍ରତ୍ୟୁଷ ନନ୍ଦଙ୍କ ଉପରେ ଏଭଳି ଆକ୍ରମଣ ହେଲା, ଏଥିରେ କେତେଜଣ ଦୁର୍ବୃତ୍ତ ସାମିଲ ଥିଲେ ଏବଂ ଆକ୍ରମଣ ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ। ରାଜଧାନୀରେ ଜଣେ ବ୍ୟବସାୟୀଙ୍କ ଉପରେ ଏଭଳି ଆକ୍ରମଣ ଘଟଣା ପୁଣିଥରେ ସହରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।