ଉଦଳା: ବାସ୍ତୁ ଦୋଷ ଦୂର କରିବା ନାଁରେ ପୂଜାର୍ଚ୍ଚନା କରି ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ଭାଇରାଲ୍ କରିବା ଅଭିଯୋଗରେ ଗିରଫ ହେଲେ ଅଭିଯୁକ୍ତ ଗଗନ ନାୟକ ଓରଫ୍ କଦଳୀ ବାବା। ତାଙ୍କୁ ଉଦଳା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ଖୁଣ୍ଟା ଥାନା ଅନ୍ତର୍ଗତ ସାନସାତଷୋଳ ଗ୍ରାମର ଗଗନ ନାୟକ ଉଦଳା ଥାନା ଅଞ୍ଚଳର ହାତୀସାହିର ଜଣେ ମହିଳାଙ୍କ ଘରେ ବାସ୍ତୁ ଦୋଷ ଥିବା କହି ପୂଜାର୍ଚ୍ଚନା କରିବାକୁ ଯାଇଥିଲେ। ପୂଜା ସମୟରେ ପରିବାର ସଦସ୍ୟଙ୍କୁ କଦଳୀ ଖାଇବାକୁ ଦେଇ ବେହୋସ କରିଥିବା ଅଭିଯୋଗ ହୋଇଛି।

ଏହାପରେ ଘରେ ଥିବା ନାବାଳିକାଙ୍କୁ ଉଲଗ୍ନ କରି ତାଙ୍କର ଭିଡିଓ ଉତ୍ତୋଳନ କରିଥିବା ଏବଂ ପରବର୍ତ୍ତୀ ସମୟରେ ଉକ୍ତ ଭିଡିଓକୁ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି। ଭାଇରାଲ୍ ଭିଡିଓ ପରିବାର ଲୋକଙ୍କ ନଜରକୁ ଆସିବା ପରେ ସେମାନେ ଏନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରିବାରର ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଗଗନ ନାୟକଙ୍କୁ ଗିରଫ କରିଛି। ତେବେ ଏହି ଘଟଣା ପଛରେ ଆଉ କେଉଁ କେଉଁ ତଥ୍ୟ ଓ ଘଟଣା ରହିଛି, ସେନେଇ ଉଦଳା ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Also Read: ପୋଲିଓ ଖୁଆଇବାକୁ ଆସିଥିବା ସ୍ତ୍ରୀକୁ ମାଡ଼ ମାରିଲା ସ୍ଵାମୀ, କୁନି ଝିଅକୁ ଛଡ଼ାଇ ନେଲା