ଭୁବନେଶ୍ବର ୫।୮: ବାଲିଅନ୍ତା କନଷ୍ଟେବଳ ସୌମ୍ୟ ହତ୍ୟାକାଣ୍ଡ ଘଟଣା । କୋର୍ଟରେ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୧୧ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ। ଭୁବନେଶ୍ବର SDJM କୋର୍ଟରେ ଚାର୍ଜସିଟ ଦାଖଲ । ୯ ଜଣ ଅଭିଯୁକ୍ତଙ୍କୁ ଚାର୍ଜସିଟରୁ ବାଦ ଦେଇଛି କ୍ରାଇମବ୍ରାଞ୍ଚ । ଏବେ ସୁଧା କିଛି ଅଭିଯୁକ୍ତ ଫେରାର ଥିବା ଚାର୍ଜସିଟରେ ଉଲ୍ଲେଖ ।

ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ । ୨୦ରୁ ୧୧ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ । ଦୀର୍ଘ ଦିନର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡ ସହ ଜଡ଼ିତ ବିଭିନ୍ନ ପ୍ରମାଣ ସଂଗ୍ରହ କରି ଅଭିଯୁକ୍ତ ମାନଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛି ।

Also Read:- ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲା : ମନୋଜ ପାଢୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସେପଟେ ଏହି ମାମଲାରେ ଗିରଫ ହୋଇଥିବା ଅବଶିଷ୍ଟ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ କ୍ଲିନ୍ ଚିଟ୍ ପ୍ରଦାନ କରାଯାଇଛି । ପୂର୍ବରୁ ସ୍ଥାନୀୟ ଥାନାରେ ଏହି ୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା, ମାତ୍ର କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ସେମାନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ । ତେଣୁ ଏହି ୯ ଜଣଙ୍କ ନାମରେ ହୋଇଥିବା ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି କ୍ରାଇମବ୍ରାଞ୍ଚ କୋର୍ଟରେ ସ୍ପଷ୍ଟ କରିଛି ।

ଏବେ ସୁଦ୍ଧା କିଛି ଅଭିଯୁକ୍ତ ଫେରାର ଥିବା ଚାର୍ଜସିଟରେ ଉଲ୍ଲେଖ ମଧ୍ୟ କରିଛି କ୍ରାଇମବ୍ରାଞ୍ଚ । ଏପଟେ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ପରିବାରର ଅସନ୍ତୋଷ ସାମ୍ନାକୁ ଆସିଛି ।