କଟକ ୭।୧୧: ସିରିଜ ଦୁର୍ଘଟଣା ଘଟାଇଲା ପୋଲିସ ବସ୍ । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପୋଲିସ ବସ୍‌ଟି ଇଣ୍ଡୋର ଷ୍ଟାଡିୟମ ରାସ୍ତାରେ ଦ୍ରୁତ ଗତିରେ ଯିବା ସମୟରେ ଏହି ଦୁର୍ଘଟଣା ଘଟାଇଥିଲା ।

​​​​​​​

Also Read:- ନୂଆ ଭତ୍ତା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୫ ଲକ୍ଷରୁ ଅଧିକଙ୍କୁ ଏକାଥରକେ ମିଳିବ ଟଙ୍କା

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, କଟକ ହରିଣ ପାର୍କ ନିକଟ ରାସ୍ତାରେ ପ୍ରଥମେ ବସ୍‌ଟି ଜଣେ ସ୍ଥାନୀୟ ଯୁବତୀଙ୍କ ଉପରେ ଚଢ଼ାଇ ଦେଇ ପଳାଇ ଯାଉଥିଲା । ଯାହା ପରେ ସ୍ଥାନୀୟ ବାସିନ୍ଦା ବସ୍‌ଟିର ପିଛା କରିଥିଲେ । ଏହାପରେ ଗଡ଼ଗଡ଼ିଆ ମନ୍ଦିରରୁ ମାତା ମଠ ରାସ୍ତାରେ ଏହି ବସ୍‌ ଚାଳକ ଦୁଇଟି ଜାଗାରେ ଦୁର୍ଘଟଣା ଘଟାଇଥିଲେ । ଘଟଣାକୁ ନେଇ ସ୍ଥାନୀୟ ହରିଣ ପାର୍କ ବସ୍ତିର ଶତାଧିକ ବାସିନ୍ଦାଙ୍କ ପ୍ରତିବାଦ ପ୍ରଦର୍ଶନ କରିବା ସହ ରାସ୍ତା ରୋକ୍ କରିଥିଲେ । ଘଟଣାସ୍ଥଳରେ କଟକ ଡିସିପି ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାସୁଝା କରି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।