କଟକ ୫।୮: ବହୁଚର୍ଚ୍ଚିତ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ପାଢ଼ୀଙ୍କୁ ମିଳିଲା ଜାମିନ । ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ବୁଧବାର କଟକ ସ୍ୱତନ୍ତ୍ର ଏସ୍ସି/ଏସ୍ଟି କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ତଦନ୍ତରେ ସହଯୋଗ କରିବେ, ଓଡ଼ିଶା ଛାଡି ବାହାରକୁ ଯିବେ ନାହିଁ, ଆବଶ୍ୟକ ହେଲେ ତାଙ୍କର ପାସପୋର୍ଟ ଦାଖଲ କରିବେ, ବାହାରକୁ ଗଲେ କୋର୍ଟଙ୍କ ଅନୁମତିରେ ହିଁ ଯିବେ, ମାମଲାର ସାକ୍ଷୀ ଓ ବିଭାଗର ଅଧିକାରୀଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି ଅଦାଲତ ।

ଗିରଫ ହେବାର ମାତ୍ର ୩ ସପ୍ତାହ ଭିତରେ ମିଳିଗଲା ଜାମିନ। ବହୁ ଚର୍ଚ୍ଚିତ ପାଠ୍ୟପୁସ୍ତକ ତ୍ରୁଟି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା SCERTର ନିଲମ୍ବିତ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କର ଜାମିନ ମଞ୍ଜୁର ହୋଇଗଲା । ନିର୍ଦ୍ଧିଷ୍ଟ ସର୍ତ୍ତ ଆଧାରରେ ତାଙ୍କର ଜାମିନ ମଞ୍ଜୁର କରିଛନ୍ତି ସ୍ୱତନ୍ତ୍ର ଏସ୍ସି/ଏସ୍ଟି ଅଦାଲତ, କଟକ ।

ସର୍ତ୍ତ ଗୁଡିକ ହେଲା ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ତଦନ୍ତରେ ସହଯୋଗ କରିବେ, ଓଡ଼ିଶା ଛାଡି ବାହାରକୁ ଯିବେ ନାହିଁ, ଆବଶ୍ୟକ ହେଲେ ତାଙ୍କର ପାସପୋର୍ଟ ଦାଖଲ କରିବେ, ବାହାରକୁ ଗଲେ କୋର୍ଟଙ୍କ ଅନୁମତିରେ ହିଁ ଯିବେ, ମାମଲାର ସାକ୍ଷୀ ଓ ବିଭାଗର ଅଧିକାରୀଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି ଅଦାଲତ ।

Also Read:- ଶ୍ରୀମନ୍ଦିର ସ୍କ୍ୱାର୍ଡ ନିଯୁକ୍ତି ନାଁରେ ବଡ଼ ଠକେଇ ! ୧୬ ଜଣଙ୍କୁ ନକଲି ନିଯୁକ୍ତି ପତ୍ର, ତଦନ୍ତ ଆରମ୍ଭ

ପାଠ୍ୟପୁସ୍ତକରେ ଏକାଧିକ ତଥ୍ୟଗତ ଓ ବିଷୟବସ୍ତୁଗତ ତ୍ରୁଟିକୁ ନେଇ ରାଜ୍ୟବ୍ୟାପୀ ବିବାଦ ଦେଖାଦେଲା। ଯାହାକୁ ନେଇ ଅକଳରେ ପଡିଲେ ସରକାର ଏବଂ ପ୍ରବଳ ଅସନ୍ତୋଷର ଶିକାର ହେଲା ରାଜ୍ୟ ଗଣଶିକ୍ଷା ବିଭାଗ । ପରେ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ପ୍ରଦାନ କରିଥିଲେ । ତଦନ୍ତ ଆରମ୍ଭ ହେବା ପରେ କ୍ରାଇମବ୍ରାଞ୍ଚ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଥିଲା। ଗତ ମାସ ୧୪ ତାରିଖରେ ମନୋଜ ଗିରଫ ହେଲେ ଏବଂ ନିମ୍ନ ଅଦାଲତରେ ତାଙ୍କ ଜାମିନ ନାମଞ୍ଜୁର ହେଲା। ହେଲେ ମାତ୍ର ୩ ସପ୍ତାହ ବ୍ୟବଧାନରେ ତାଙ୍କୁ ମିଳିଛି ଜାମିନ। ଯାହାକୁ ନାପସନ୍ଦ କରିଛନ୍ତି ଅଭିଜ୍ଞ ଆଇନଜୀବୀ। ତାଙ୍କ ମତରେ ଯଦି ମନୋଜ ପାଢ଼ୀଙ୍କ ଲାଗି ରାଜକୋଷରୁ ୧୭୫ କୋଟି ଟଙ୍କାର ଘାଟା ହେଲା, ତାହେଲେ ଏତେଶୀଘ୍ର ଜାମିନ ମିଳିଲା କିପରି ?

ଏହି ଘଟଣାକୁ ନେଇ ମନୋଜ ପାଢ଼ୀଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକ ନିଲମ୍ବିତ ହୋଇଛନ୍ତି । ପ୍ରାୟ ୭ ଜଣ ଅଭିଯୁକ୍ତଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ ।