କଟକ ୬।୧୧: ହକି ଇଣ୍ଡିଆ ନିର୍ବାଚନ ଉପରେ ରହିତାଦେଶ ଜାରି କଲେ ଓଡ଼ିଶା ହାଇକୋର୍ଟ। ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହକି ଇଣ୍ଡିଆର ନିର୍ବାଚନ ଉପରେ ରହିତାଦେଶ ଜାରି ରହିବ। ନିର୍ବାଚନ ପ୍ରକ୍ରିୟାରୁ ଓଡ଼ିଶା ହକି ସଂଘକୁ ବାଦ୍ ଦେବା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ହକି ଇଣ୍ଡିଆ। ଏହା ସହ ହକି ଓଡ଼ିଶାର ସ୍ଥାୟୀ ସଦସ୍ୟତା ପଦ ରଦ୍ଦ ପାଇଁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ହକି ଇଣ୍ଡିଆ। ହକି ଇଣ୍ଡିଆର ଏହି କାରଣ ଦର୍ଶାଅ ନୋଟିସ ଉପରେ ମଧ୍ୟ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ଆସନ୍ତା ଡିସେମ୍ୱର ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି।

Also Read:-ଜମି ରେଜିଷ୍ଟ୍ରି ପାଇଁ ଲାଞ୍ଚ ଅଭିଯୋଗ, ମହିଳା ସବ୍ ରେଜିଷ୍ଟ୍ରାରଙ୍କୁ ଧରିଲା ଭିଜିଲାନ୍ସ

ଭାରତରେ ହକିର ଉନ୍ନତି, ପ୍ରଚାର ପ୍ରସାର ଆଦି କ୍ଷେତ୍ରରେ ଓଏମସି ହକି ଇଣ୍ଡିଆକୁ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିଛି । କେବଳ ଏତିକି ନୁହେଁ ଭାରତୀୟ ହକିକୁ ଅନେକ ତାରକା ମଧ୍ୟ ଦେଇଛି ଓଡ଼ିଶା ହକି । ତେବେ ଭାରତ ସରକାରଙ୍କ ନେସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆଇନ ଅନୁସାରେ ନିର୍ବାଚନ ପ୍ରକ୍ରିୟାରୁ ଓଡ଼ିଶା ହକି ସଂଘକୁ ବାଦ ଦେବା ବେଆଇନ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ ଆଡଭୋକେଟ୍ ଜେନେରାଲ ।