କଟକ ୭।୧୧: କଟକରେ କାଳୀପୂଜା ଓ ଭସାଣି ଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ କଟକ ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ କଟକ ୟୂପିଡି ପୋଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ପୂଜା ଓ ଭସାଣୀ ଶୋଭାଯାତ୍ରା ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ପୋଲିସ କର୍ମଚାରୀ ମାନଙ୍କୁ ଅବଗତ କରାଇଥିଲେ ବରିଷ୍ଠ ଅଧିକାରୀ ମାନେ ।

​​​​​​​

ବିଶେଷ କରି କଟକ ସହରରେ ୬୦ ପ୍ଲାଟୁନ୍ ଫୋର୍ସ ପୂଜା ଓ ଭସାଣି ପାଇଁ ମୁତୟନ ରହିବେ। ସେହିଭଳି ବାଣ କେବଳ ସନ୍ଧ୍ୟା ୭ରୁ ୯ ମଧ୍ୟରେ ଫୁଟାଇ ପାରିବେ । ଯଦି କେହି ନିୟମ ଉଲ୍ଲଂଘନ କରେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ।