ବାରିପଦା ୨୨।୦୮ : ଖାକିରେ ପୁଣି କଳଙ୍କ । ଆଇନର ରକ୍ଷକ ସାଜିଲା ଭକ୍ଷକ । ପ୍ରେମ ନାଁରେ ପ୍ରତାରଣା ଅଭିଯୋଗ। ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ସବ-ଇନ୍ସପେକ୍ଟର ପ୍ରଭାତ ନାୟକଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ।  

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଏସଆଇ ପ୍ରଭାତ ନାୟକଙ୍କ ସହିତ ପ୍ରଥମେ ଫେସବୁକରୁ ପରିଚୟ ହୋଇଥିଲା। ପରେ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ବିବାହ ପାଇଁ ଚାପ ପକାଇବାରୁ ଏସଆଇ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏସଆଇଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୀଡିତା ।

Also Read:-ଭୁବନେଶ୍ୱର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ, ଜଳିଗଲା ଦୋକାନ

ଅନ୍ୟପଟେ ଜିଲ୍ଲା ଏସପି ଘଟଣା ବାବଦରେ ଜାଣିବା ପରେ ତୁରନ୍ତ ଏସଆଇ ପ୍ରଭାତ ନାୟକଙ୍କୁ ବାରିପଦା ଟାଉନ୍ ଥାନାରୁ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରିଛନ୍ତି। ତେବେ ଏ ଘଟଣା ରେ ପୀଡ଼ିତା କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Watch Video:-