ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ହାଟରେ ପୁଣି ଅଗ୍ନିକାଣ୍ଡ । ଶନିବାର ସକାଳୁ ହାଟ ଭିତରେ ଥିବା ଏକ ଖଲି ଦୋକାନରେ ହଠାତ୍ ନିଆଁ ଲାଗିଥିଲା। ଦେଖୁ ଦେଖୁ ନିଆଁ ନିକଟସ୍ଥ ଅନ୍ୟ ଏକ ଦୋକାନକୁ ବ୍ୟାପି ଯାଇଥିଲା।

ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଦୋକାନ ଭିତରେ ଥିବା ସାମଗ୍ରୀ ମଧ୍ୟ ନିଆଁରେ ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି। ତେବେ ଅଗ୍ନିକାଣ୍ଡରେ କ୍ଷୟକ୍ଷତି ଆକଳନ ସମ୍ପର୍କରେ ସୂଚନା ମିଳିନାହିଁ।

also read- ବ୍ରହ୍ମପୁରରେ ହୋଟେଲକୁ ୧୨ ହଜାର ଟଙ୍କାର ଜରିମାନା, ରଖିଥିଲା ବାସି ଖାଦ୍ୟ ସହ ନକଲି ପନିର

ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ନିଆଁ କିପରି ଲାଗିଲା ତାହାର ଯାଞ୍ଚ ଚାଲିଛି। ୧ ନମ୍ବର ହାଟରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିବାରୁ ବ୍ୟବସାୟୀମାନଙ୍କ ମଧ୍ୟରେ ଭୟର ମାହୋଲ ସୃଷ୍ଟି ହୋଇଛି।