କଟକ/ବାରଙ୍ଗ ୩୧।୧୦ : ଆକ୍ସନରେ ପୁଣି ପ୍ରଶାସନ । କଟକରେ ଏକ ମସଲା ଫ୍ୟାକ୍ଟ୍ରିରେ ଚଢାଉ । ମସଲାରେ ଅପମିଶ୍ରଣ ଅଭିଯୋଗ ଆସିବା ପରେ ତୁରନ୍ତ ଆକ୍ସନ୍ ମୋଡ୍‌କୁ ଆସିଛି ପ୍ରଶାସନ।

କଟକ ଜଗତପୁର ଅଣ୍ଡେଇ ସାହି ଅଞ୍ଚଳରେ ଥିବା ଏକ ମସଲା ଫ୍ୟାକ୍ଟ୍ରିରେ ମିଳିତ ଚଢ଼ାଉ କରିଛନ୍ତି କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ଏବଂ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ। ମସଲାରେ ଅପମିଶ୍ରଣ ହେଉଥିବା ନେଇ ଅଭିଯୋଗ ଆସିବା ପରେ ଏହି ଚଢ଼ାଉ କରାଯାଇଛି। ଏହାସହ ମସଲା ପ୍ୟାକେଟ୍‌ରେ ଆବଶ୍ୟକୀୟ ତଥ୍ୟ ଓ ସୂଚନା ଉଲ୍ଲେଖ ନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

Also Read:-କରୱା ଚୌଥ୍‌ରେ ସ୍ୱାମୀଙ୍କୁ ଧୋକା ; ହୋଟେଲରୁ ପ୍ରେମିକ ସହ ପତ୍ନୀଙ୍କୁ ଧରିଲା ସ୍ଵାମୀ, ବର୍ଷେ ପୂର୍ବରୁ କରିଥିଲେ ଲଭ ମ୍ୟାରେଜ

ତେବେ ଏହି ଚଢ଼ାଉ ସମୟରେ ଫ୍ୟାକ୍ଟ୍ରିରେ ମସଲା ପ୍ରସ୍ତୁତି ପ୍ରକ୍ରିୟା, ଗୁଣବତ୍ତା, ପ୍ୟାକେଜିଂ ଏବଂ ଲେବଲିଂ ସମେତ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଛନ୍ତି ଅଧିକାରୀ। ଯାଞ୍ଚ ପରେ ଅପମିଶ୍ରଣ ଅଭିଯୋଗର ସତ୍ୟତା ଏବଂ ନିୟମ ଉଲ୍ଲଂଘନ ହୋଇଛି କି ନାହିଁ, ତାହା ସ୍ପଷ୍ଟ ହେବ।