ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆୟୋଜିତ ଭାରତ ରିନ୍ୟୁଏବଲ୍ ଏନର୍ଜି ସମିଟ୍ ଆଣ୍ଡ ଏକ୍ସପୋ ୨୦୨୬ରେ ରାଜ୍ୟ ୧୮ଟି ଶିଳ୍ପ ସଂସ୍ଥା ସହ ଏମ୍ଓୟୁ ସ୍ୱାକ୍ଷର କରିଛି। ଏହି ଏମ୍ଓୟୁ ଜରିଆରେ ପ୍ରାୟ ୧ ଲକ୍ଷ ୧୭ ହଜାର ୫୫୭ କୋଟି ଟଙ୍କାର ସମ୍ଭାବ୍ୟ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିବା ବେଳେ ପ୍ରାୟ ୧୧ ହଜାର ୭୪୨ ମେଗାୱାଟର ନୂତନ କ୍ଷମତା ସୃଷ୍ଟି ହେବାର ଆକଳନ କରାଯାଇଛି।

ଏହି ପ୍ରସ୍ତାବିତ ପୁଞ୍ଜିନିବେଶରେ ପମ୍ପଡ୍ ଷ୍ଟୋରେଜ୍, ସୌରଶକ୍ତି, ପବନ ଶକ୍ତି, ହାଇବ୍ରିଡ୍ ନବୀକରଣୀୟ ଶକ୍ତି, ବ୍ୟାଟେରୀ ଷ୍ଟୋରେଜ୍, ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ଡାଟା ସେଣ୍ଟର ଏବଂ ଅନ୍ୟାନ୍ୟ ନୂତନ ପ୍ରଯୁକ୍ତି କ୍ଷେତ୍ର ସାମିଲ ରହିଛି।

Also Read:-ଆମ୍ବୁଲାନ୍ସ ମିଳିଲାନି, ବାଇକ୍ରେ ବୁହା ହେଲା ମୃତଦେହ ! ଆସ୍କାରେ ଅଭାବନୀୟ ଚିତ୍ର

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓଡ଼ିଶା ପାଭିଲିୟନର ଉଦଘାଟନ କରିଥିଲେ। ଏହା ସହ ଉଭୟ ନେଦରଲ୍ୟାଣ୍ଡସ୍ ପାଭିଲିୟନର ମଧ୍ୟ ଉଦଘାଟନ କରିଥିଲେ। ସେମାନଙ୍କ ଉପସ୍ଥିତିରେ GRIDCO ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ଏମଓୟୁ ଆଦାନପ୍ରଦାନ କରିଥିଲେ।