କଟକ ୨୮।୧୦: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଜିତାପଟ । ତାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ଅନାସ୍ଥା ବାବଦୀୟ ଗ୍ରାମପଞ୍ଚାୟତ ଆଇନକୁ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରାଯାଇନଥିବା କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ତିଖିରି ପଞ୍ଚାୟତରେ ମୋଟ୍ ୨୨ ଜଣ ୱାର୍ଡ ମେମ୍ବର ଅଛନ୍ତି । ସେଥି ମଧ୍ୟରୁ ୨୧ ଜଣ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ଏହାପରେ ଜୁଲାଇ ୨୭ ତାରିଖରେ ଅନାସ୍ଥା ଭୋଟିଂ ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଧାର୍ଯ୍ୟ କରାଯାଇଥିଲା । ଅଗଷ୍ଟ ୧୩ ତାରିଖରେ ଅନାସ୍ଥା ଭୋଟିଂ ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା । ତେବେ ଅନାସ୍ଥା ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ସରପଞ୍ଚ ଚାମେଲୀ ଓଝା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Also Read:- ବାଂଶପାଳରେ ଅଘଟଣ : ଜେନେରେଟର ଗ୍ୟାସ୍‌ରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ୩ ଗୁରୁତର

ଗ୍ରାମ ପଞ୍ଚାୟତ ଆଇନର ଧାରା ୨୪ ଅନୁଯାୟୀ କିଛି ୱାର୍ଡମେମ୍ବର ଚାମେଲିଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଥିଲେ । ଆଇନ ଅନୁଯାୟୀ ଅନାସ୍ଥା ପୂର୍ବରୁ ଅନାସ୍ଥା ନୋଟିସ୍, ରିଜୁଲେସନ ଓ ରିକୁଜେଶନ କପି ସରପଞ୍ଚଙ୍କୁ ଦେବା କଥା । ଏହା ସହିତ ୧୫ ଦିନର ସମୟ ବ୍ୟବଧାନ ଦେବାର ନିୟମ ରହିଛି । ଅନାସ୍ଥା ଭୋଟିଂ ପାଇଁ ଏହି ସମୟ ଭିତରେ ସରପଞ୍ଚ ନିଜକୁ ପ୍ରସ୍ତୁତ କରିବା ଲାଗି ପ୍ରାବଧାନ ରହିଛି । କିନ୍ତୁ ସେସବୁର ବ୍ୟତିକ୍ରମ ହୋଇଥିବାର ଅଭିଯୋଗ କରି ଚାମେଲି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।

Watch Video: