ଭୁବନେଶ୍ବର ୨୩।୧୧: କାହିଁକି କମିଲା କେନ୍ଦ୍ରୀୟ ଅନୁଦାନ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ କାରଣ । ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନରେ ୧୫.୩୬% ହ୍ରାସ ହୋଇଛି । ଗତବର୍ଷ ତୁଳନାରେ ଏଥର କେନ୍ଦ୍ରୀୟ ଅନୁଦାନ କମିଛି । ଗତବର୍ଷ ମିଳିଥିଲା ୭୬୧୩ କୋଟି, ଏଥର ମିଳିଛି ୬୪୪୪ କୋଟି । କେନ୍ଦ୍ରୀୟ ଅନୁଦାନରେ କେତେ ଟଙ୍କା ପାଇଛି ଓଡ଼ିଶା ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ।

Also Read:- ପୋଲିସ ବାବୁଙ୍କ ଯୌନ କେଳେଙ୍କାରୀ ! ଗୃହରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

ତେବେ କାହିଁକି କମିଛି କେନ୍ଦ୍ରୀୟ ଅନୁଦାନ କାରଣ କହିଲେ ମୁଖ୍ୟମନ୍ତ୍ରୀ,

୧. ୧୬ତମ ଅର୍ଥ ଆୟୋଗର ନୂଆ ବ୍ୟବସ୍ଥା: ୨୦୨୬-୨୭ ଆର୍ଥିକ ବର୍ଷ ହେଉଛି ୧୬ତମ ଅର୍ଥ ଆୟୋଗର କାର୍ଯ୍ୟକାଳର ପ୍ରଥମ ବର୍ଷ ।

୨. ପଞ୍ଚାୟତ ଓ ପୌରାଞ୍ଚଳକୁ ଅନୁଦାନ ମିଳିନାହିଁ: ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ଥାନୀୟ ନିକାୟଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଅନୁଦାନ ଏପର୍ଯ୍ୟନ୍ତ ମିଳିନାହିଁ ।

୩. ନୂଆ ଗାଇଡ୍ଲାଇନ୍ ଓ ସର୍ତ୍ତାବଳୀ: ଷୋଡ଼ଶ ଅର୍ଥ ଆୟୋଗର ନୂଆ ମାର୍ଗଦର୍ଶିକା ଓ ସର୍ତ୍ତାବଳୀ ପାଳନ ପ୍ରକ୍ରିୟା ଯୋଗୁଁ ଅନୁଦାନ ପ୍ରଦାନରେ ବିଳମ୍ବ ହୋଇଛି।