ଭୁବନେଶ୍ବର ୨୩।୧୧: ଖାକିରେ ଯୌନ କଳଙ୍କ ! ଗତ ତିନି ବର୍ଷରେ ୧୨ ଜଣ ପୋଲିସ ବାବୁଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ । ଏ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

​​​​​​​

Also Read:- ବୁକ୍ ସର୍କୁଲାର-୪୭କୁ ନେଇ ବିଧାନସଭାରେ ହଙ୍ଗାମା, ଅଧିକାରୀଙ୍କ ମନମାନି ନେଇ ବିରୋଧୀଙ୍କ ଅସନ୍ତୋଷ

ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁଯାୟୀ, ତିନି ବର୍ଷରେ ପୋଲିସ ବିଭାଗର ବାବୁଙ୍କ ବିରୋଧରେ ହୋଇଛି ଫୌଜଦାରୀ କାର୍ଯ୍ୟାନୁଷ୍ଠାନ । ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ନୂଆପଡା, ରାଇରଙ୍ଗପୁର, କନ୍ଧମାଳ, କଟକ କମିସନରେଟ୍, CAW ରୁ ଆସିଛି ଅଭିଯୋଗ । କେନ୍ଦୁଝର ଜିଲ୍ଲାରୁ ଦୁଇଟି ମାମଲା ଆସିଛି । କଟକ କ୍ରାଇମବ୍ରାଞ୍ଚରେ ଜଣେ IIC ବି ଯୌନ ନିର୍ଯାତନାରେ ସାମିଲ । ଭୁବନେଶ୍ୱର କମିସନରେଟ୍‌ ପୋଲିସର ଜଣେ ASI ବି ଯୌନ ନିର୍ଯାତନାରେ ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଗିରଫ ହୋଇଥିବା ବେଳେ ୩ ଜଣଙ୍କୁ ନୋଟିସ୍ ଜାରି ହୋଇଛି । ଏହାସହ ଜଣେ ଜାମିନରେ ଅଛନ୍ତି ।