ନୂଆଦିଲ୍ଲୀ: କକରୋଚ ଜନତା ପାର୍ଟି(ସିଜେପି) ଆନ୍ଦୋଳନରେ ସାମିଲ୍ ଛାତ୍ରଙ୍କୁ ୫ ଲକ୍ଷ ଟଙ୍କାର ନୋଟିସ୍ ମିଳିବା ନେଇ କ୍ଷୁବ୍ଧ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ।ଅଧିକାରୀଙ୍କ କୋର୍ଟଙ୍କ ଆଦେଶକୁ ଅବଜ୍ଞା କରିବାର ସାହାସ କେମିତି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସହିତ ସମ୍ବନ୍ଧିତ ଅଧିକାରୀଙ୍କୁ ମାମଲାରେ ଜବାବ ତଲବ କରିଛନ୍ତି। ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରରେ ସିଜେପିର ଆନ୍ଦୋଳନରେ ସାମିଲ ହେବା ନେଇ ଛାତ୍ରଙ୍କୁ ୫ ଲକ୍ଷ ଟଙ୍କାର ନୋଟିସ୍ ମିଳିଛି।

ଜୁଲାଇ ୨୦ରେ ସିଜେପି ନେତୃତ୍ଵରେ ପେପର ଲିକ୍ ବିରୋଧରେ ହୋଇଥିବା ଆନ୍ଦୋଳନରେ ଛାତ୍ର ସମେତ ବହୁ ସଂଖ୍ୟାରେ ସାଧାରଣ ଜନତା ସାମିଲ୍ ହୋଇଥିଲେ। ଏହି ସମୟରେ ବିକ୍ଷୋଭକାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଘଟିଥିଲା। ତେବେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନେବା ଉପରେ ରୋକ୍ ଲଗାଇଥିଲେ।

Also Read: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣାରେ ବଡ଼ ଖୁଲାସା ! FIRରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ...

ଲାଇଭ ଲ ଅନୁସାରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ବୁଧବାର ମାମଲାର ଶୁଣାଣି ବେଳେ ନୋଏଡା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ତରଫରୁ ହୋଇଥିବା କାର୍ଯ୍ୟାନୁଷ୍ଠାନ ଉପରେ କ୍ଷୁବ୍ଧ ହୋଇଛନ୍ତି। ସେ କହିଛନ୍ତି, କେମିତି କୌଣସି ମାଜିଷ୍ଟ୍ରେଟ୍(କଲେକ୍ଟର)ଙ୍କର ଆଦେଶ ଜାରି କରିବାର ସାହାସ ହେଲା। ଆମେ ସ୍ପଷ୍ଟ ଶବ୍ଦରେ କହିଥିଲୁ ଯେ, କୌଣସି ବି ଛାତ୍ରଙ୍କ ବିରୋଧରେ ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ। କୌଣସି ବି ମାଜିଷ୍ଟ୍ରେଟ୍ ଏହି ଆଦେଶର ଉଲ୍ଲଂଘନ କରି ପାରିବେ ନାହିଁ। କଲେକ୍ଟରଙ୍କୁ ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ଜବାବ ଦାଖଲ କରିବାକୁ ପଡ଼ିବ ବୋଲି ସିଜେଆଇ କହିଛନ୍ତି।

କଣ ଥିଲା ମାମଲା

ଗୌତମ ବୁଦ୍ଧ ବିଶ୍ଵ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ବ୍ୟକ୍ତିଗତ ମୁଚଲିକାରେ ୫ ଲକ୍ଷ ଟଙ୍କା ଭରିବାକୁ ନୋଟିସ୍ ଜାରି କରାଯାଇଛି। ପୋଲିସର ଅଭିଯୋଗ, ଛାତ୍ର ଜଣଙ୍କ ଅନ୍ୟ ବିଦ୍ୟାର୍ଥୀଙ୍କୁ ସିଜେପି ଆନ୍ଦୋଳନରେ ସାମିଲ୍ ହେବା ପାଇଁ ଉସୁକାଉଥିଲେ। ଛାତ୍ର ଅକ୍ଷତ ତ୍ରିପାଠୀ ପୋଲିସର ଅଭିଯୋଗକୁ ଖଣ୍ଡନ କରିଥିଲେ ଏବଂ କହିଥିଲେ ସେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ଏହି ସମୟରେ ସେ ବିଶ୍ଵବିଦ୍ୟାଳୟ ଶ୍ରେଣୀ ଗୃହକୁ ଯାଉ ନ ଥିଲେ।

Also Read: ୭୫ ବର୍ଷ ବୟସରେ ଆତ୍ମହତ୍ୟା କଲେ ପୂର୍ବତନ ଦିଲ୍ଲୀ ମୁଖ୍ୟ ସଚିବ ରାକେଶ ମେହତା ! ମିଳିଲା ସୁଇସାଇଡ୍ ନୋଟ୍

ଛାତ୍ରଙ୍କୁ ଏହି ନୋଟିସ୍ ସେପ୍ଟେମ୍ବର ୪ରେ ଗ୍ରେଟର ନୋଏଡା ଆୟୁକ୍ତ କାର୍ଯ୍ୟାଳୟର ତୃତୀୟ କାର୍ଯ୍ୟକାରୀ ମାଜିଷ୍ଟ୍ରେଟ୍ କାର୍ଯ୍ୟାଳୟଙ୍କ ପକ୍ଷରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୩୦ ଆଧାରରେ ଜାରି କରାଯାଇଥିଲା। ନୋଟିସରେ କୁହାଯାଇଥିଲା ଯେ, ଛାତ୍ରମାନଙ୍କ ଏମିତି ଗତିବିଧି ଏବଂ କାର୍ଯ୍ୟକଳାପରେ ଉତ୍ତେଜନା ସୃଷ୍ଟି ହୋଇପାରେ। ଏପରିକି ସାର୍ବଜନୀନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇପାରେ। ଏବେ ଏହି ନୋଟିସ୍ ଉପରେ ସୁପ୍ରିମକୋର୍ଟଙ୍କ ଛାଟ ପଡ଼ିଛି।