ଭୁବନେଶ୍ବର ୨୩।୧୦: ଆସନ୍ତା ୨୫ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ୨ ଘଣ୍ଟା ୨୫ ମିନିଟ୍ ଓଡ଼ିଶାରେ ରହିବେ । ରବିବାର ଅପରାହ୍ନ ୪ଟା ୧୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ମୋଦି । ସେଠାରେ ତାଙ୍କୁ ହଜାର ହଜାର କାର୍ଯ୍ୟକର୍ତ୍ତା ସ୍ୱାଗତ କରିବେ ।

Also Read:- ଓଡ଼ିଶାରେ ବଡ଼ ପୁଞ୍ଜିନିବେଶ ଆଶା ! POSCO ଓ JSW ଗ୍ରୁପ୍ ସହ ଆଲୋଚନା

ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଖୋର୍ଦ୍ଧା ହେଲିପ୍ୟାଡ଼ ଯିବେ । ସେଠାରେ ୪ଟା ୩୫ରେ ପହଞ୍ଚିବେ । ଆରବିଆଇର ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ୪ ଟା ୪୫ମିନିଟରେ ପହଞ୍ଚି ସେଠାରେ ପ୍ରାୟ ୧ ଘଣ୍ଟା ରହିବେ । ଗ୍ରୀନ ଫିଲ୍ଡ ଡାଟା ସେଣ୍ଟର ଉଦଘାଟନ ସହ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି । ୫ ଟା ୪୫ ସେଠାରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସନ୍ଧ୍ୟା ୬ଟା ୩୫ ମିନିଟରେ ଭୁବନେଶ୍ୱରରୁ ଦିଲ୍ଲୀ ଫେରିଯିବେ ।

Watch Video: