ଭୁବନେଶ୍ୱର ୨୩।୧୦ : ବିଜେଡିର ଏକ ପ୍ରତିନିଧି ଦଳ ଆଜି କୋଟିଆ ଯିବ। ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପର ବିରୋଧ କରିବା ଉଦ୍ଦେଶ୍ୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ପ୍ରତିନିଧିମଣ୍ଡଳୀ କୋଟିଆ ପଞ୍ଚାୟତ ଗସ୍ତ କରିବ । ନବୀନ ଏହା ପୂର୍ବରୁ କୋଟିଆ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପତ୍ର ଲେଖିଥିଲେ। ଏହା ପରେ ନିଜ ଦଳର ଏକ ଟିମ୍ କୁ କୋଟିଆ ପଠାଇଛନ୍ତି ନବୀନ। ଏହି ଟିମ୍ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ବର୍ତ୍ତମାନର ସ୍ଥିତି ସମ୍ପର୍କରେ ବିସ୍ତୃତ ରିପୋର୍ଟ ନବୀନଙ୍କୁ ପ୍ରଦାନ କରିବେ । ଏହି ପ୍ରତିନିଧିମଣ୍ଡଳୀରେ ପୂର୍ବତନ ସାଂସଦ ଝିନ୍ନ ହିକକା, ବିଜେଡି ନେତା ମନୋହର ରନ୍ଧାରୀ, ଜଗନ୍ନାଥ ସାରକା, ରବି ନାରାୟଣ ନନ୍ଦ, ପ୍ରଦୀପ ମାଝୀ, ରମେଶ ମାଝୀ ପ୍ରମୁଖ କୋଟିଆ ଯାଉଛନ୍ତି।

Watch Video:-