କଟକ: ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର। ମେ ୨ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ସେହି ଦିନ ମଧ୍ୟମା, ଓପନ ସ୍କୁଲ ପରୀକ୍ଷା ଫଳ ବି ପ୍ରକାଶ ହେବ। ମେ ୨ ଅପରାହ୍ଣ ୪ଟାରେ bseodisha.nic.inରେ ଉପଲବ୍ଧ ହେବ ରେଜ। ପ୍ରେସ୍ ରିଲିଜ୍ ଜରିଆରେ ଗୁରୁବାର ଏହାର ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ(BSE)। ରେଜଲ୍ଟ ବାହାରିବା ପରେ ସଙ୍ଗେ ସଙ୍ଗେ ମିଳିବ ସାର୍ଟିଫିକେଟ୍‌ । ପେପର ଖରାପ ହେଲେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୯ରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୨ ଯାଏ ଚାଲିଥିଲା । ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ମଧ୍ୟ ସେହି ସମୟ ମଧ୍ୟରେ ହୋଇଥିଲା । ପରୀକ୍ଷାକୁ ଶୃଙ୍ଖଳିତ ଭାବରେ ସାରିବା ଓ କପି ମୁକ୍ତ କରିବା ବଡ ଆହ୍ବାନ ଥିଲା । ସେଥିପାଇଁ ସ୍ପେଶାଲ ସ୍କ୍ବାଡ୍‌ ଗଠନ କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପରୀକ୍ଷା କେନ୍ଦ୍ର ଗୁଡିକୁ ସ୍କ୍ବାଡ୍‌ ସରପ୍ରାଇଜ ଭିଜିଟ କରିଥିଲେ । ନୋଡାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ର ଗୁଡିକ ସିସିଟିଭି ସର୍ଭେଲାନ୍ସରେ ରହିଥିଲା।କଣ୍ଟ୍ରୋଲ ରୁମ୍‌ରୁ ସ୍ବତନ୍ତ୍ର ଭାବରେ ମନିଟରିଂ କରାଯାଇଥିଲା । ୧୩୬୪ କେନ୍ଦ୍ରରୁ ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଥିଲା । ସେହିପରି ମାଓ ଅଧ୍ୟଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିଲା ।

Also Read: ଜିତୁ ମୁଣ୍ଡାଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ଦେଲେ ଫିଜିକ୍ସ ଓ୍ବାଲାହ ପ୍ରତିଷ୍ଠାତା

ବୋର୍ଡ ପରୀକ୍ଷା ସରିବା ପରେ ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିଲା ଖାତାଦେଖା । ଏଥିପାଇଁ ମୋଟ୍‌ ୫୧ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିଲା । ୧୫ ହଜାର ନୀରିକ୍ଷକଙ୍କୁ ନିୟୋଜିତ କରାଯାଇଥିଲା । ଖାତା ଦେଖା କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ସହ ନୀରିକ୍ଷକ ମାନଙ୍କୁ ମୋବାଇଲ ବାରଣ କରାଯାଇଥିଲା। ଚଳିତ ବର୍ଷ ସୁରୁଖୁରୁରେ ପରୀକ୍ଷା ହୋଇଥିବାବେଳେ ମୂଲ୍ୟାୟନ ପ୍ରକ୍ରିୟା ତ୍ରୁଟିଶୂନ୍ୟ କରିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।

ଚଳିତ ବର୍ଷ ୫ ଲକ୍ଷ ୪୬ ହଜାର ୮୭୬ ଜଣ ପିଲା ଫର୍ମ ଫିଲ୍‌ଅପ୍‌ କରିଥିଲେ କିନ୍ତୁ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୩୬ହଜାର ୯୪୬ ଛାତ୍ରଛାତ୍ରୀ । ମାଟ୍ରିକ ପରୀକ୍ଷା ଦେଇନାହାନ୍ତି ୯ହଜାର ୯୩୦ ଛାତ୍ରଛାତ୍ରୀ ।  ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ହାର ୧ ଦଶମିକ ୮୧ ପ୍ରତିଶତ ରହିଛି । ଏନେଇ ଗୃହରେ ତଥ୍ୟ ରଖିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।