କଟକ ୧୧।୧୧: ବିଶ୍ବ ପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୪ ତାରିଖରେ କଟକ ବାଲିଯାତ୍ରା ଉଦ୍ଘାଟନ କରିବେ । ବାଲିଯାତ୍ରାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଳାର ଉଦଘାଟନ କରିବେ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।

ବାଲିଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରାଯାଇଥିଲା । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ମତି ମିଳିଥିବା ଜଣାଯାଇଛି । ବିଧିବଦ୍ଧ ଭାବେ ଏନେଇ ଘୋଷଣା କରାଯାଇନଥିଲେ ପ୍ରଶାସନ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ କରାଯାଇଛି ।

Also Read:-ଓଡ଼ିଶା-ଜାପାନ ମଧ୍ୟରେ ବନ୍ଧୁତ୍ୱର ନୂଆ ଅଧ୍ୟାୟ, ଟୋଟୋରି ସହ ଚୁକ୍ତି ସ୍ୱାକ୍ଷର

ଆସନ୍ତା ୨୪ ତାରିଖ ଦିନ ୧୨ଟା ବେଳେ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିବେ । ଏହାପରେ ସେ ଅପରାହ୍ନରେ କଟକରେ ପହଞ୍ଚିବେ । ସଂଧ୍ୟାରେ ସେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବେ ।