ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଦିନଦ୍ୱିପ୍ରହରରେ ଲୁଟ୍। ଗାଡ଼ିର ଡୋର୍ ଖୋଲି ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ନେଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ଘଟଣାକୁ ନେଇ ସହରରେ ଖେଳିଯାଇଛି ଚାଞ୍ଚଲ୍ୟ ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ନିକଟସ୍ଥ ମଳିପଡ଼ା ଗ୍ରାମର ବ୍ୟବସାୟୀ ପ୍ରକାଶ ଚନ୍ଦ୍ର ବରାଳ ଷ୍ଟାଫ୍‌ଙ୍କ ପାରିଶ୍ରମିକ ପ୍ରଦାନ ପାଇଁ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇଥିଲେ। ଟଙ୍କାକୁ ନିଜ ବୋଲେରୋ ଗାଡ଼ିରେ ରଖି ସେ ଘରକୁ ଫେରୁଥିଲେ। ତେବେ ଖୋର୍ଦ୍ଧା ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଛକ ନିକଟରେ ଗାଡ଼ି ରଖି ମିଠା କିଣିବାକୁ ଯାଇଥିବା ସମୟରେ ଦୁର୍ବୃତ୍ତମାନେ ବୋଲେରୋର ଡୋର୍ ଖୋଲି ଗାଡ଼ିରେ ଥିବା ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

Also Read: ହାତଗୋଡ଼ ବାନ୍ଧି ଯୁବକଙ୍କୁ ଆକ୍ରମଣ, ହତ୍ୟା ଘଟଣାରେ ୪ ଗିରଫ

ଏନେଇ ପ୍ରକାଶ ଚନ୍ଦ୍ର ବରାଳ ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଲୁଟେରାଙ୍କ ସମ୍ପର୍କରେ ସୁରାକ୍ ଖୋଜୁଛି ପୋଲିସ। ତେବେ ଏହି ଲୁଟ୍ ଘଟଣାରେ ଏଯାଏଁ କାହାରିକୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିନାହିଁ।