ପାଟଣା: ବ୍ୟାଙ୍କରୁ ଜମା ଟଙ୍କା ଉଠାଇବାକୁ ମୃତ ଭଉଣୀର ଶବ ଖୋଳି ନେବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଏବେ ସବୁ ମହଲରେ ଚର୍ଚ୍ଚାର କାରଣ ପାଲଟିଛି। ଏମିତିରେ ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଜିତୁ ମୁଣ୍ଡାଙ୍କ ପାଇଁ ବଢ଼ିଛି ସହାୟତାର ହାତ। ପୂର୍ବରୁ ରେଡକ୍ରସ ପକ୍ଷରୁ ଜିତୁଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ, ଏବେ ତାଙ୍କୁ ସାହାଯ୍ୟ କରିଛନ୍ତି ଫିଜିକ୍ସ ୱାଲା ଏବଂ ବିଦ୍ୟାପୀଠର ସିଇଓ ଅଲଖ ପାଣ୍ଡେ। ସେ ଅନଲାଇନ ମାଧ୍ୟମରେ ଜିତୁଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ସେହିଭଳି ଜିତୁ ମୁଣ୍ଡାଙ୍କୁ ଦୁଇ ପୂର୍ବତନ ପିସିସି ସଭାପତି ମଧ୍ୟ ୨୪ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।

Also Read:ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ଘଟଣା, NHRCରେ ରୁଜୁ ହେଲା ମାମଲା

ସୂଚନାଥାଉକି, କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଅଞ୍ଚଳର ଜିତୁ ମୁଣ୍ଡା ନିଜ ମୃତ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଯାଇଥିଲେ। କିନ୍ତୁ ସେଠାରେ ବ୍ୟାଙ୍କ୍ କର୍ମଚାରୀ ତାଙ୍କୁ ପ୍ରମାଣ ମାଗିଥିଲେ। ଫଳରେ ଜିତୁ ସିଧା ସଳଖ ଭଉଣୀଙ୍କ କଙ୍କାଳ ନେଇ ପହଞ୍ଚିଥିଲେ। ଯାହାପରେ ଏକ ବ୍ୟାଙ୍କରେ ଉପୁଜିଥିଲା ଏକ ଛାତିଥରା ଦୃଶ୍ୟ। ତେବେ ଏହା ପରେ ମାମଲା ପ୍ରଶାସନିକ ସ୍ତରରେ ଜୋର ଧରିଥିଲା। ଜିଲ୍ଲାପାଳ ଏବଂ ମନ୍ତ୍ରୀଙ୍କ ହସ୍ତକ୍ଷେପ କରିବା ସହ ଜିତୁଙ୍କୁ ତାଙ୍କ ଟଙ୍କା ଫେରସ୍ତ ହୋଇଥିଲା। ଏମିତିକି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆରଡିସି ତଦନ୍ତ ହୋଇଛି। ଯେଉଁଥିରେ ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ଜଣାପଡ଼ିଛି।