ଯାଜପୁର ୧୨।୧୧: ଚୋରିକୁ କେନ୍ଦ୍ର କରି ଯୁବକଙ୍କ ହାତଗୋଡ ବାନ୍ଧି ପିଟି ମାରିଦେବା ଘଟଣାରେ ଆକ୍ସନ । ଘଟଣାର ୪ ଅଭିଯୁକ୍ତ ଗିରଫ । ଅଭିଯୁକ୍ତଙ୍କୁ ଗିରଫ କଲା ଯାଜପୁର ଟାଉନ ଥାନା ପୋଲିସ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ରଙ୍ଗପୁର ଛକ ନିକଟରେ ଗତ ୮ ତାରିଖ ଦିନ ବିଳମ୍ବିତ ରାତିରେ ଘଟିଥିଲା ଘଟଣା ।

ଚୋରି କରିବା ଘଟଣାରେ ଅଳକୁଣ୍ଡ ଥାନା ଅନ୍ତର୍ଗତ ବଡ କୁଆଁଲ ଗ୍ରାମର ଅଭିମନ୍ୟୁ ସାମଲଙ୍କୁ ଟାଉନ ଥାନା ଅନ୍ତର୍ଗତ ରଙ୍ଗପୁର ଛକରେ କିଛି ଲୋକ ଧରିଥିଲେ । ବିଳମ୍ବିତ ରାତିରେ ଅଭିମନ୍ୟୁଙ୍କ ହାତଗୋଡ ବାନ୍ଧି ପିଟିଥିଲେ । ଲୋକଙ୍କ ଆକ୍ରମଣରେ ଅଭିମନ୍ୟୁଙ୍କର ମୃତ୍ୟୁ ହୋଇଯାଇଥିଲା ।

Also Read:-ସରକାରଙ୍କୁ ବିଜେଡିର ପ୍ରଶ୍ନ, ୬ଟି ଡ୍ୟାମ୍ରୁ ଆଗୁଆ ପାଣି ଛାଡ଼ିଲେ କାହିଁକି ?

ଗତ ୯ ତାରିଖ ଦିନ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମୃତକଙ୍କ ପରିବାର ଲୋକେ । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ରଏହି ଘଟଣାରେ ଙ୍ଗପୁର ଅଞ୍ଚଳର ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ରଙ୍ଗପୁର ଅଞ୍ଚଳର ଚନ୍ଦନ ସାହୁ ,ସୁକାନ୍ତୁ ସାହୁ, ଉପେନ୍ଦ୍ର ସାହୁ ଏବଂ ଘନଶ୍ୟାମ ସାହୁ । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।